www.samajalive.in
Sunday, December 7, 2025
26.1 C
Bhubaneswar

ଅନାବଶ୍ୟକ ଆଶଙ୍କା

ଜାତୀୟ ନିରାପତ୍ତା ସହିତ ସିଧାସଳଖ ଜଡ଼ିତ କୌଣସି ଏକ ପ୍ରସଙ୍ଗ ଉପରେ ରାଜନୀତି କରିବା ବା ବିଭ୍ରାନ୍ତିକର ମନ୍ତବ୍ୟ ଦେବାର ଅବକାଶ ନାହିଁ। ଏହା ସତ୍ତ୍ବେ ଆସାମର ଜାତୀୟ ନାଗରିକ ପଞ୍ଜିକା ଚିଠା ପ୍ରକାଶ ନେଇ କିଛି ରାଜନୈତିକ ଦଳ ଓ ନେତା ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ତଦାରଖରେ ଏହି କାର୍ଯ୍ୟ ସଂପାଦିତ ହୋଇଛି। ଏଥିରେ ସରକାରୀ ଭୂମିକା କମ୍‌। ତାଲିକାରୁ ଯେଉଁ ୪୦ ଲକ୍ଷ ଲୋକ ବାଦ ପଡ଼ିଛନ୍ତି ସେମାନଙ୍କ ଆବେଦନର ପୁନର୍ବିଚାରସହ ସେମାନଙ୍କୁ ସୁରକ୍ଷିତଭାବେ ଆସାମରେ ରଖିବାକୁ ସର୍ବୋଚ୍ଚ ଅଦାଲତ ଓ କେନ୍ଦ୍ରସରକାର ସବୁ ପଦକ୍ଷେପ ନେଉଛନ୍ତି। ଏତିକିବେଳେ ଏହାକୁ ଭୋଟବ୍ୟାଙ୍କ ରାଜନୀତି କହିବା ଓ ଏହାଦ୍ବାରା ଦେଶରେ ଗୃହଯୁଦ୍ଧ ଓ ବିଭାଜନ ସୃଷ୍ଟି ହେବବୋଲି ପ୍ରକାଶ୍ୟରେ ମତ ପ୍ରକାଶ କରି ଲୋକଙ୍କୁ ଉସୁକାଇବା ଆଦୌ ଗ୍ରହଣୀୟ ନୁହେଁ।
ଅତୀତରେ ଯେଉଁ ଭୁଲ ହୋଇଛି ରାଷ୍ଟ୍ରୀୟ ସ୍ବାର୍ଥ ଦୃଷ୍ଟିରୁ ତାହାକୁ ସଂଶୋଧିତ କରାଯିବା ଉଚିତ। ସେହିଭଳି ତ୍ରୁଟିବଶତଃ ବାଦପଡ଼ିଥିବା ନାଗରିକଙ୍କୁ ଚୂଡ଼ାନ୍ତ ପଞ୍ଜିକାରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। ଯେଉଁଦଳଙ୍କ ପାଇଁ ଦେଶରେ ଅନୁପ୍ରବେଶ ସମସ୍ୟା ସୃଷ୍ଟି ହୋଇଛି ଓ ଯେଉଁମାନେ ଏହାକୁ ପ୍ରୋତ୍ସାହିତ କରୁଥିଲେ ସେମାନେ ଏବେ ଅନ୍ୟକୁ ଅଙ୍ଗୁଳି ନିର୍ଦେଶ କରିବା ହୀନ ରାଜନୀତି। ନେଲି ହତ୍ୟାକାଣ୍ଡ ଭଳି ଜଘନ୍ୟ ଗଣସଂହାରର ପୁନରାବୃତ୍ତି ଯେପରି ନ’ହେବ ଏବଂ ଭାରତ ଅନୁପ୍ରବେଶକାରୀଙ୍କ ନିରାପଦ ଗନ୍ତବ୍ୟ ନ’ପାଲଟିବ ସେଥିପାଇଁ ଚାଲିଥିବା ଉଦ୍ୟମ ସ୍ବାଗତଯୋଗ୍ୟ।
ଏହା ତୁଷ୍ଟୀକରଣ ରାଜନୀତି ନୁହେଁ, ଦେଶର ନିରାପତ୍ତାଜନିତ ପ୍ରସଙ୍ଗ। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦାୟିତ୍ବହୀନ ମନ୍ତବ୍ୟ କେବଳ ଶସ୍ତା ରାଜନୀତି କରୁଥିବା ସ୍ବାର୍ଥୀ ନେତା ଦେଇପାରିବେ। ଏହି ପ୍ରସଙ୍ଗରେ ବିଜେଡ଼ିର ଦୃଷ୍ଟିକୋଣ ସ୍ବାଗତଯୋଗ୍ୟ ଓ ଉଦାହରଣୀୟ। ବିଜେଡିକୁ ଏଥିପାଇଁ ସମାଲୋଚନା କରୁଥିବା ଦଳ ନିଜ ଅତୀତ ଓ ସୁବିଧାବାଦୀ ନୀତିର ସମୀକ୍ଷା କରନ୍ତୁ। ସବୁକଥାରେ ମମତା ବାନାର୍ଜୀ ସର୍ବଦା ଅଧିକ ପ୍ରତିକ୍ରିୟାଶୀଳ। ସେ ଏହି ପ୍ରସଙ୍ଗରେ ଯେଉଁ ଗୃହଯୁଦ୍ଧ ଆଶଙ୍କା ଦେଖୁଛନ୍ତି ସେ ସମ୍ଭାବନା କମ୍‌। ବିରୋଧୀପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରକଳ୍ପିତ ମମତା ପରିସ୍ଥିତିର ବାସ୍ତବତାକୁ ଗ୍ରହଣ କରନ୍ତୁ ଓ ଏଥିରେ ରାଜନୀତି ନ’ଦେଖନ୍ତୁ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories