www.samajalive.in
Monday, December 15, 2025
27.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ ଆର୍‌କେଏସ୍‍ କାର୍ଯ୍ୟକାରୀ ବୈଠକ; ବଢ଼ିବ କ୍ୟାବିନ, ହଟିବ ଫାଣ୍ଡି

ଭୁବନେଶ୍ୱର : ପୂର୍ବରୁ ନିଷ୍ପତ୍ତି ହୋଇଥିବା ବିକାଶମୂଳକ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ହେଲେ ପୁଣି ନୂଆ  କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଛି। ଦୀର୍ଘ ବର୍ଷେ ପରେ ସର୍କିଟ ହାଉସରେ କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି (ଆର୍‌କେଏସ୍‍) କାର୍ଯ୍ୟକାରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଛି।   ଏହି ଅବସରରେ କର୍ତ୍ତୃପକ୍ଷ ହସ୍ପିଟାଲର ଉନ୍ନତୀକରଣ ପାଇଁ ବିବିଧ ପ୍ରସ୍ତାବ ରଖିଛନ୍ତି। ଯାହା ବୈଠକରେ ପାରିତ ହୋଇଥିବା  ନିର୍ଦେଶକ ସୂଚନା ଦେଇଛନ୍ତି।  ସବୁଠୁ ବଡ଼ ସମସ୍ୟା ମାନବସମ୍ବଳ ଥିବାବେଳେ ଏହି ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇନଥିବା  ଜଣାପଡ଼ିଛି।

ନୂଆ ଯୋଜନା ଭିତରେ ମୁଖ୍ୟତଃ ଦୁଇଟି ପ୍ରସ୍ତାବ ରହିଛି। ପ୍ରଥମତଃ ହସ୍ପିଟାଲ ଭିତରେ ଥିବା ଫାଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ନିରାମୟ କେନ୍ଦ୍ର କଡ଼କୁ ଫାଣ୍ଡି ରହିଥିବାବେଳେ ନିକଟରେ ରହିଛି ଆଶୁଚିକିତ୍ସା କେନ୍ଦ୍ର। ଜାଗା ଅଭାବ ଯୋଗୁଁ ସାଇକଲ ଷ୍ଟାଣ୍ଡ ନିକଟରେ ଦୁଇମହଲା କୋଠା କରାଯାଇ ଫାଣ୍ଡି ସ୍ଥାନାନ୍ତର କରାଯିବ। ଏନେଇ ଟଙ୍କା ମିଳିସାରିଥିବାବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ସେହିପରି ରୋଗୀଙ୍କୁ ଉନ୍ନତମାନର ଖାଦ୍ୟ ଦେବା ନିମନ୍ତେ ମଡୁଲାର କିଚେନ କରାଯିବ। ଏନେଇ ଏନ୍‍ଏଚ୍‌ଏମ୍‍ ପକ୍ଷରୁ ବ୍ୟୟବରାଦ ହୋଇଛି।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  ହସ୍ପିଟାଲରେ ପିଜିଆଇ ଖୋଲିବା ଉପରେ ବାଜିଛି ମୋହର। ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ପୂର୍ବରୁ ରହିଥିବା ଟ୍ରମାକେୟାର ସେଣ୍ଟର ଓ କର୍କଟ କେନ୍ଦ୍ର ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଲୋଚନା ହୋଇଛି। ୧୫ଟି ନୂଆ କ୍ୟାବିନ  ସହିତ ୭ଟି ଆକ୍ୱାଗାର୍ଡ ଲଗାଯିବା ବ୍ୟବସ୍ଥା କରାଯିବ। ଏହାସହିତ ମଡୁଲାର ଓଟି ପାଇଁ ପଦକ୍ଷେପ ନିଆଯିବ। ଟ୍ରମା ଏବଂ ଅକ୍ସିଜେନ ପ୍ଲାଣ୍ଟ ପାଇଁ ପ୍ରସ୍ତାବିତ ଜାଗାରୁ ଜବରଦଖଲ ହଟାଯିବାକୁ ନିଷ୍ପତ୍ତି ହୋଇଛି। ହସ୍ପିଟାଲରେ ବର୍ତ୍ତମାନ ଯେଉଁ କର୍ମଚାରୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏବେ ଛଟେଇ କରାଯିବ ନାହିଁ। ହସ୍ପିଟାଲରେ ଏକ ପେସେଣ୍ଟ କେୟାର ୟୁନିଟ୍‍ ଖୋଲାଯିବ। ସେଠାରେ ରୋଗୀଙ୍କୁ ବିଭିନ୍ନ ରୋଗ ଉପରେ କାଉନ୍‌ସେଲିଂ କରାଯିବ। ସମିତିରେ ଥିବା ଅର୍ଥକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରାଯିବ। ଏହାସହିତ ଆଉ ଏକ ଏମ୍‍ସିଏଚ୍‍ ବିଲ୍ଡିଂ କରାଯାଇ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। ପୂର୍ବ ନିର୍ଦ୍ଧାରିତ ଏକ ପ୍ରତୀକ୍ଷାଳୟ ମଧ୍ୟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ପରିସରରେ ଥିବା ୟୁଟିଲିଟି କଂପ୍ଲେକ୍ସକୁ ନୂଆ ରୂପ ଦିଆଯିବ ବୋଲି ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

- Advertisement -

ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ହସ୍ପିଟାଲ ଅଧୀକ୍ଷକ ଡା. ବିରଞ୍ଚି ନାରାୟଣ ବାରିକ, ଉପ-ଅଧୀକ୍ଷକ ଡା. ଧନଞ୍ଜୟ ଦାସଙ୍କ ସମେତ ହସ୍ପିଟାଲ ପରିଚାଳକ,  ବହୁ ଅଧିକାରୀ ଉପସ୍ଥିତ ଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories