www.samajalive.in
Thursday, December 11, 2025
27.1 C
Bhubaneswar

ସାବଧାନ ! କଟିବ ଚାଲାଣ; ରଦ୍ଦ ହେବ ଲାଇସେନ୍ସ

ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁହାର ଉଦ୍‌ବେଗଜନକ। ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ନିର୍ଦେଶକ୍ରମେ  ମୁଖ୍ୟ ଶାସନ ସଚିବ ପରିବହନ କମିସନର ଓ  ଏସ୍‌ପିଙ୍କୁ ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି  ପାଳନ ସହିତ ଏନେଇ କଠୋର ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ।  ସଡ଼କ ନିରାପତ୍ତା ନେଇ ଯେଉଁସବୁ କଟକଣା ରହିଥିଲା ସେଥିରେ ଆସନ୍ତା ଜାନୁଆରୀରୁ ବାଇକ୍‌ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ପିନ୍ଧିବା ନିୟମକୁ ଯୋଡ଼ି ଦିଆଯାଇଛି।  ସାମାନ୍ୟ ନିୟମ ଉଲ୍ଲଘଂନ  କଲେ କଟିବ ଚାଲାଣ। ତା’ ସହିତ ଲାଇସେନ୍ସ ରଦ୍ଦ ହେବ। ବର୍ତ୍ତମାନ ସୁଦ୍ଧା ଡିସେମ୍ବର ମାସରେ ରାଜଧାନୀରେ ପ୍ରାୟ ୪୦୦ ଗାଡ଼ି ଚାଳକଙ୍କ  ଟ୍ରାଫିକ୍‌  ନିୟମ ଓ ସଡ଼କ ନିରାପତ୍ତା ନିୟମ ଉଲ୍ଲଘଂନ ଯୋଗୁଁ ଲାଇସେନ୍ସ ବାତିଲ୍‌ ହୋଇସାରିଛି।

ବାଇକ୍‌ରେ ତିନି ଜଣିଆ ଯାତ୍ରୀ, ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ରେ କଥା ହେବା, ହେଲମେଟ ବା ସିଟ୍‌ବେଲ୍ଟ ନ ପିନ୍ଧିବା ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ଆଦିକୁ ସଡ଼କ ନିରାପତ୍ତା କ୍ଷେତ୍ରରେ ଅଧିକ କଡ଼ାକଡ଼ି ଲାଗୁ କରାଯିବ।  ଉଲ୍ଲଘଂନକାରୀଙ୍କ ଲାଇସେନ୍ସ ବାତିଲ୍ କରାଯିବ। ବାଇକ୍‌ ପଛରେ ବସିଥିବା ଚାଳକ ହେଲମେଟ ନ ପିନ୍ଧିଥିଲେ ଚାଲାଣ କଟିବ ଏବଂ ଚାଳକଙ୍କ ଲାଇସେନ୍ସ ବାତିଲ୍‌ ହେବ ବୋଲି ନିୟମ ରହିଛି। ଏଭଳି କଠୋର ନିୟମକୁ ନେଇ ଏବେଠାରୁ ଗାଡ଼ି ଚାଳକଙ୍କ ମଧ୍ୟରେ ଛନକା ପଶିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories