www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରିୟଙ୍କାଙ୍କୁ ଦେଖି ନିଜ ନାମ ଦେଇଥିଲେ କିଆରା

ସୁନ୍ଦରୀ କିଆରା ଆଡଭାନୀ ୨୦୧୪ରେ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ କବୀର ସିଂ ଚଳଚ୍ଚିତ୍ରରେ ହିଁ ସେ ସଫଳତା ପାଇଲେ। ନାମୀ ପ୍ରଯୋଜକଙ୍କ ସହ କାମ କରିଥିବା କିଆରାଙ୍କୁ ସିନେଜଗତରେ ତାଙ୍କ ବନ୍ଧୁବାନ୍ଧବଙ୍କ ସହ ସୁଲତାନ୍ ସଲମାନ୍ ଖାନ୍ ମଧ୍ୟ ସାହାଯ୍ୟ କରିଛନ୍ତି। ବାପା-ମା’ ଗେହ୍ଲାରେ ତାଙ୍କ ନାମ ଆଲିୟା ଆଡଭାନୀ ଦେଇଥିଲେ, ହେଲେ ସିନେଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଏଇ ନାମକୁ ସେ ପରିବର୍ତ୍ତନ କରିବାକୁ ଚାହିଁଲେ। ୨୦୧୦ରେ ମୁକ୍ତିଲାଭ କରିଥିବା ‘ଅଞ୍ଜାନା-ଅଞ୍ଜନି’ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଓ ରଣବୀର କପୁରଙ୍କ ଅଭିନୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏଥିରେ ପ୍ରିୟଙ୍କାଙ୍କ ଚରିତ୍ରର ନାମ ‘କିଆରା’ ତାଙ୍କର ଖୁବ୍ ପସନ୍ଦ ଆସିଲା, ଆଗପଛ ନ ଭାବି ସେ ଏଇ ନାମରେ ବଲିଉଡରେ କ୍ୟାରିୟର ଆରମ୍ଭ କଲେ। ସତରେ ଏଇ ନାମ ମଧ୍ୟ ତାଙ୍କୁ ସଫଳତା ଦେଇଛି। ଚୁଲବୁଲୀ କିଆରା ଏବେ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା-୨’ର ପୋଷ୍ଟ ପ୍ରଡକ୍ସନ୍ କାମରେ ବ୍ୟସ୍ତ ଅଛନ୍ତି। ଏହି କାମ ସରିବା ପରେ ସେ ଚେନ୍ନଇ ଅନ୍ୟ ଏକ ସୁଟିଂରେ ଯିବେ ବୋଲି ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories