www.samajalive.in
Friday, December 12, 2025
27.1 C
Bhubaneswar

ମାଟ୍ରିକ ବୋର୍ଡ ସାର୍ଟିଫିକେଟ ପାଇଁ ୮ବର୍ଷ ହେଲେ ସ୍କୁଲକୁ ଧାଉଁଛନ୍ତି ଚନ୍ଦ୍ରମଣି

ବଲାଙ୍ଗିର: ମାଟ୍ରିକ ବୋର୍ଡ ସାର୍ଟିଫିକେଟ(ପ୍ରମାଣପତ୍ର) ପାଇଁ ୮ ବର୍ଷ ହେଲା ସ୍କୁଲକୁ ଧାଉଁଛନ୍ତି। ଆଜି ଆସ, କାଲି ଆସ କହି ସମୟ ଗଡେଇ ଚାଲିଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଆଜି, କାଲି କେବେ ହେଉନି। ଶେଷରେ ଜିଲା ଶିକ୍ଷାଧିକାରୀଙ୍କଠାରେ ଦ୍ୱାରସ୍ଥ ହୋଇ ପୂର୍ବତନ ଛାତ୍ରଜଣଙ୍କ ବୋର୍ଡ ସାର୍ଟିଫିକେଟ ଦେବାକୁ ଅନୁରୋଧ କରିଛନ୍ତି।

ବାର୍ଦ୍ଧ୍ୟକ, ବିଧବା ଭତ୍ତା ହେଉ କି ଆବାସ ଘର ଭଳି ବିଭିନ୍ନ ଯୋଜନାର ସୁବିଧା ପାଇଁ ଜିଲାର ଲୋକେ ଏ ଅଫିସରୁ ସେ ଅଫିସ ଧାଉଁଥିବାର ଅନେକ ନଜିର ରହିଛି। ହେଲେ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେଇ ପାସ୍‍ କରିବା ପରେ ବି ବୋର୍ଡ ସାର୍ଟିଫିକେଟ ପାଇବା ପାଇଁ ଧାଉଁଥିବା କଥା ତାଜୁବ କରୁଥିଲେ ବି ସତ। ଏଭଳି ଘଟଣା ଘଟିଛି ଲୋଇସିଂହା ବ୍ଲକ ରେଙ୍ଗାଲି କୁମିଆଁପାଲି ଗାଁର ପିତାମ୍ବର ପୁଟେଲଙ୍କ ପୁଅ ଚନ୍ଦ୍ରମଣି ପୁଟେଲଙ୍କ କ୍ଷେତ୍ରରେ। ଚନ୍ଦ୍ରମଣିଙ୍କ କହିବା ଅନୁସାରେ, ୨୦୧୨ ମସିହାରେ ସେ ଗର୍ଜନ ଛେଲିଆ ବିଶ୍ୱାଳ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇଥିଲେ। ତୃତୀୟ ଶ୍ରେଣୀରେ ପାସ୍‍ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ମାର୍କ ସିଟ୍‍, ସ୍କୁଲ ଲିଭିଂ ସାର୍ଟିିଫିକେଟ, ଚରିତ୍ର ସାର୍ଟିଫିକେଟ ଦେଇଥିଲେ। କିନ୍ତୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦିଆଯାଉଥିବା ବୋର୍ଡ ସାର୍ଟିଫିକେଟ ପାଇପାରିଲେ ନାହିଁ କହନ୍ତି ଚନ୍ଦ୍ରମଣି। ସ୍କୁଲକୁ ବାରମ୍ବାର ବୋର୍ଡ ସାର୍ଟିଫିକେଟ ଦେବାକୁ ଅନୁରୋଧ କରିଥିଲେ ବି ୮ ବର୍ଷ ବିତି ଯାଇଥିଲେ ବି ତାହା ମିଳିପାରି ନାହିଁ ତାଙ୍କୁ। ତେଣୁ ନିରାଶ ଚନ୍ଦ୍ରମଣି ଜିଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କୁ ଏସଂପର୍କରେ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଚନ୍ଦ୍ରମଣିଙ୍କ କହିବା ଅନୁସାରେ, ବୋର୍ଡ ସାର୍ଟିଫିକେଟ ପାଇ ନଥିବାରୁ ସେ ପଢିବାରେ ସମସ୍ୟା ହେଉଛି। କୌଣସି ପ୍ରକାର ଶିଳ୍ପ ତାଲିମ୍‍ ନେଇ ଆତ୍ମ ନିର୍ଭରଶୀଳ ହେବାକୁ ସେ ଚାହୁଁଛନ୍ତି। କିନ୍ତୁ ତାଙ୍କ ୮ ବର୍ଷ ବୋର୍ଡ ସାର୍ଟିଫିକେଟ ପାଇଁ ବରବାଦ ହୋଇଗଲା। ଏହି କ୍ଷତିର ଭରଣା କରିବ କିଏ? ରାଜ୍ୟ ସରକାର ତାଙ୍କ ଶିକ୍ଷାଧିକାରରୁ ବଞ୍ଚିତ କରିଥିବାରୁ କ୍ଷତିପୂରଣ ଦେବେ କି ବୋଲି କହିଛନ୍ତି ଚନ୍ଦ୍ରମଣି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories