www.samajalive.in
Friday, December 12, 2025
23.1 C
Bhubaneswar

୮ବର୍ଷ ପରେ ବି ମିଳୁନି ମାଟ୍ରିକ ବୋର୍ଡ ସାର୍ଟିଫିକେଟ, ଚିନ୍ତାରେ ଚନ୍ଦ୍ରମଣି

ବଲାଙ୍ଗିର:ମାଟ୍ରିକ ବୋର୍ଡ ସାର୍ଟିଫିକେଟ(ପ୍ରମାଣପତ୍ର) ପାଇଁ ୮ ବର୍ଷ ହେଲା ସ୍କୁଲକୁ ଧାଉଁଛନ୍ତି। ଆଜି ଆସ, କାଲି ଆସ କହି ସମୟ ଗଡେଇ ଚାଲିଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଆଜି, କାଲି କେବେ ହେଉନି। ଶେଷରେ ଜିଲା ଶିକ୍ଷାଧିକାରୀଙ୍କଠାରେ ଦ୍ୱାରସ୍ଥ ହୋଇ ପୂର୍ବତନ ଛାତ୍ରଜଣଙ୍କ ବୋର୍ଡ ସାର୍ଟିଫିକେଟ ଦେବାକୁ ଅନୁରୋଧ କରିଛନ୍ତି।
ବାର୍ଦ୍ଧ୍ୟକ, ବିଧବା ଭତ୍ତା ହେଉ କି ଆବାସ ଘର ଭଳି ବିଭିନ୍ନ ଯୋଜନାର ସୁବିଧା ପାଇଁ ଜିଲାର ଲୋକେ ଏ ଅଫିସରୁ ସେ ଅଫିସ୍ ଧାଉଁଥିବାର ଅନେକ ନଜିର ରହିଛି। ହେଲେ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିବା ପରେ ବି ବୋର୍ଡ ସାର୍ଟିଫିକେଟ ପାଇବା ପାଇଁ ଧାଉଁଥିବା କଥା ତାଜୁବ ଲାଗୁଥିଲେ ବି ସତ। ଏଭଳି ଘଟଣା ଘଟିଛି ଲୋଇସିଂହା ବ୍ଲକ ରେଙ୍ଗାଲି କୁମିଆଁପାଲି ଗାଁର ପିତାମ୍ବର ପୁଟେଲଙ୍କ ପୁଅ ଚନ୍ଦ୍ରମଣି ପୁଟେଲଙ୍କ କ୍ଷେତ୍ରରେ।

ଚନ୍ଦ୍ରମଣିଙ୍କ କହିବା ଅନୁସାରେ, ୨୦୧୨ ମସିହାରେ ସେ ଗର୍ଜନ ଛେଲିଆ ବିଶ୍ୱାଳ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷା ଦେଇଥିଲେ। ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ମାର୍କ ସିଟ୍, ସ୍କୁଲ ଲିଭିଂ ସାର୍ଟିିଫିକେଟ, ଚରିତ୍ର ସାର୍ଟିଫିକେଟ ଦେଇଥିଲେ। କିନ୍ତୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦିଆଯାଉଥିବା ବୋର୍ଡ ସାର୍ଟିଫିକେଟ ତାଙ୍କୁ ମିଳିନାହିଁ। ବୋର୍ଡ ସାର୍ଟିଫିକେଟ ପାଇଁ ସ୍କୁଲକୁ ବାରମ୍ବାର ଦୌଡୁଛି। ୮ ବର୍ଷ ବିତି ଯାଇଥିଲେ ବି ତାହା ମିଳିପାରି ନାହିଁ । ତେଣୁ ନିରାଶ ଚନ୍ଦ୍ରମଣି ଜିଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କୁ ଏସଂପର୍କରେ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବୋର୍ଡ ସାର୍ଟିଫିକେଟ ପାଇ ନଥିବାରୁ ସେ ପଢିବାରେ ସମସ୍ୟା ହେଉଛି। କୌଣସି ପ୍ରକାର ଶିଳ୍ପ ତାଲିମ୍ ନେଇ ଆତ୍ମ ନିର୍ଭରଶୀଳ ହେବାକୁ ସେ ଚାହୁଁଛନ୍ତି।

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories