www.samajalive.in
Friday, December 12, 2025
23.1 C
Bhubaneswar

ଦୃଷ୍ଟିହୀନ ବାପାଙ୍କ କାନ୍ଧରେ ପରିବାର ବୋଝ

ବଲାଙ୍ଗିର:ଜନ୍ମରୁ ବାପା ଦୃଷ୍ଟିହୀନ। ପୁଅକୁ କଷ୍ଟେମଷ୍ଟେ ବଢାଇଲେ। ମଜୁରୀ କରି ପୁଅ ଘର ଚଳାଇଲା। ହାତରୁ ଦି’ ହାତ କଲେ। ବୋହୂ ଆସିଲା। ୩ ନାତି। କିଛି ମାସ ତଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ଅଜଣା ଗାଡି ଧକ୍କାରେ ଗୁରୁତର ହେଲେ। ଯାହା କିଛି ଥିଲା ବିକି ଭାଙ୍ଗି ପୁଅର ଚିକିତ୍ସା କରାଇଲେ। ଯଥେଷ୍ଟ ପଇସା ନଥିବାରୁ ଅଧିକ ଚିକିତ୍ସାରୁ ବଞ୍ଚିତ ହେଲେ। ଘରକୁ ଫେରାଇ ଆଣିଲେ ପୁଅକୁ। ଖଟରୁ ଉଠିପାରୁ ନାହିଁ ପୁଅ। ତିନି ନାତି ଛୋଟ ଥିବାବେଳେ ବୋହୂ ଅନ୍ତସତ୍ତ୍ୱା। ଏଭଳି ଅସହାୟ ଅବସ୍ଥାରେ ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ହଟକଟ ଗାଁର ସେବାର ଖମାରୀଙ୍କ ପରିବାର।

ବୃଦ୍ଧ ସେବାର ଖମାରୀ। ପୁଅ ଭିଷ୍ମ ଓ ବୋହୂ ଚାରମଣି। ରୋଜଗାରିଆ ପୁଅ ଖଟରେ ପଡିଥିବା ବେଳେ ଅନ୍ତସତ୍ତ୍ୱା କାରଣରୁ ବୋହୂ କାମଧନ୍ଦା କରିପାରୁନାହାନ୍ତି। ସମସ୍ତଙ୍କ ବୋଝ ସେବାରଙ୍କ ମୁଣ୍ଡରେ। ଆଉ ତାଙ୍କ ପାଇଁ ଭରସା ସରକାରୀ ଯୋଜନାରେ ମିଳୁଥିବା ୫ଶହ ଭତ୍ତା ଓ ମାସକୁ ୧୫ କେଜି ଚାଉଳ। ଭାଙ୍ଗିଗଲାଣି ଘର। ପଲିଥିନ୍ ଢଙ୍କା ଯାଇଥିବା ବେଳେ ଚାଳ ଛପର ଘର ଶୋଚନୀୟ ଅବସ୍ଥାରେ। ଥଣ୍ଡା କାକରରେ ପରିବାର ଲୋକେ ଜୀବନକୁ ଜିଇଁ ଯାଉଛନ୍ତି କଷ୍ଟେମଷ୍ଟେ। ପରିଣତ ବୟସରେ ବି ସହାୟତା ପାଇଁ ଅନୁରୋଧ କରିଛନ୍ତି ସରକାରୀ ବାବୁଙ୍କୁ। ସମସ୍ତେ ବ୍ୟସ୍ତତା ଦେଖାଇ ଏଡେଇ ଯାଇଛନ୍ତି। ଏମିତି ଦୁର୍ଦ୍ଦିନରେ ରହିଥିବା ସେବାରଙ୍କୁ ସହାୟତା ସହ ପୁଅ ଭୀଷ୍ମର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଅନ୍ୟପଟେ ପାଟଣାଗଡ ଉପ ଜିଲାପାଳ ସୋମନାଥ ପ୍ରଧାନ ସେବାରଙ୍କ ଦୁର୍ଦ୍ଦଶା ସଂପର୍କରେ ଜାଣିବା ପରେ ଟିମ୍ ପଠାଇ ସମସ୍ୟା ବୁଝିବା ସହ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଇତିମଧ୍ୟରେ ଉପ ଜିଲାପାଳ ଶ୍ରୀ ପ୍ରଧାନ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସେବାରଙ୍କ ତିନି ନାତିଙ୍କ ସପର୍କରେ। ବେଲପଡ଼ା ବ୍ଲକରେ ଆୟୋଜିତ କ୍ୟାମ୍ପ କୋର୍ଟରେ ୨ଜଣ ଶିଶୁଙ୍କୁ ଶିଶୁ ସେବା ଗୃହକୁ ନେବା ପାଇଁ ବିଚାର କରାଯାଇଥିବା ଜଣାପଡିଛି। ତେବେ ରୋଗାଗ୍ରସ୍ତ ପୁଅର ଚିକିତ୍ସା ପାଇଁ ବ୍ୟବସ୍ଥା ସହ ବୃଦ୍ଧ ସେବାରଙ୍କ ପାଇଁ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories