www.samajalive.in
Friday, December 12, 2025
27.1 C
Bhubaneswar

ଭାରତରେ ପହଞ୍ଚି ନାହିଁ କରୋନାର ନୂଆ ପ୍ରକାର

ଦେଶରେ କୋଭିଡ -୧୯ ମହାମାରୀ ସ୍ଥିତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ପକ୍ଷରୁ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ପ୍ରାୟ ୫ ମାସ ପରେ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ କମ୍ ରହିଛି। ସମ୍ପ୍ରତି ସକ୍ରିୟ ମାମଲା ସଂଖ୍ୟା ମୋଟ ମାମଲାର ମାତ୍ର ତିନି ପ୍ରତିଶତ ଅଟେ। ଏଥି ସହିତ କରୋନା ଆରୋଗ୍ୟ ହାର ୯୫ ପ୍ରତିଶତରୁ ଅଧିକ ଅଟେ। ତେବେ ଏ ପର୍ଯ୍ୟନ୍ତ କରୋନା ନୂଆ ପ୍ରକାର ସମ୍ପର୍କିତ ମାମଲା ନ ଥିବା ସେ କହିଛନ୍ତି।

ଭୂଷଣ କହିଛନ୍ତି ଯେ ଗତ ସାତ ସପ୍ତାହ ମଧ୍ୟରେ ଦେଶରେ ଦୈନିକ ଭିତ୍ତିରେ କରୋନା ସଂକ୍ରମଣ ହାରାହାରି ସଂଖ୍ୟା ହ୍ରାସ ପାଇଛି। ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମଣର ୫୭ ପ୍ରତିଶତ ମଧ୍ୟପ୍ରଦେଶ (୧୦୩୫), ତାମିଲନାଡୁ (୧୦୭୧), ଛତିଶଗଡ (୧୨୫୮), ପଶ୍ଚିମବଙ୍ଗ (୧୫୧୫), ମହାରାଷ୍ଟ୍ର (୨୮୩୪) ଏବଂ କେରଳ (୩୪୨୩)ରେ ହୋଇଛି। ଭୂଷଣ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ପ୍ରତିଶତ ମୃତ୍ୟୁ ଉତ୍ତରପ୍ରଦେଶ (୧୬), ଛତିଶଗଡ (୧୮), ଦିଲ୍ଲୀ (୨୭), କେରଳ (୨୭), ପଶ୍ଚିମବଙ୍ଗ (୪୧) ଏବଂ ମହାରାଷ୍ଟ୍ର (୫୫)ରେ ହୋଇଛି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ନିତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ ବ୍ରିଟେନରେ ଦେଖାଦେଇଥିବା ନୂତନ ପ୍ରକାରର କରୋନା ଭୁତାଣୁ ସମ୍ପର୍କରେ କହିଛନ୍ତି ଯେ ଏହି ନୂତନ ପ୍ରକାର କରନା ଅଧିକ ଶୀଘ୍ର ସଂକ୍ରମିତ ହୋଇଥାଏ। କାରନାର ଏହି ପରିବର୍ତ୍ତନ ରୋଗର ଗମ୍ଭୀରତାକୁ ପ୍ରଭାବିତ କରୁନାହିଁ। ଡକ୍ଟର ପଲ କହିଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ କିମ୍ବା ଭୟଭୀତ ହେବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ପାଇଁ ଆମକୁ ସତର୍କ ହେବା ଆବଶ୍ୟକ ବୋଲି ସେ କହଛନ୍ତି।

କରୋନା ଟୀକାକରଣର ପ୍ରଭାବ ବିଷୟରେ ଡକ୍ଟର ଭି.କେ ପଲ୍ କହିଛନ୍ତି ଯେ ଆମ ଦେଶରେ ଏପର୍ଯ୍ୟନ୍ତ ବିକଶିତ ତଥା ଅନ୍ୟ ଦେଶରେ ଉପଲବ୍ଧ କରୋନା ଟିକା ଉପରେ ଏହି ପ୍ରକାରର ଜୀବାଣୁଙ୍କର କୌଣସି ପ୍ରଭାବ ପଡ଼ିବ ନାହିଁ। ସେ କହିଛନ୍ତି ଯେ ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ପ୍ରକାର ଏପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହିଁ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories