ଋଣ ଛାଡ ଦାବି : ମୁମ୍ବଇରେ ପହଞ୍ଚିଲେ ୩୫,୦୦୦ ଚାଷୀ

0

ସୋମବାର ବିଧାନସଭା ଘେରାଓ

ମୁମ୍ବଇ : କୃଷି ଋଣ ଛାଡ କରିବା ପାଇଁ ଦାବି ଜଣାଇବାକୁ ମୁମ୍ବଇରେ ପହଞ୍ଚିଛନ୍ତି ୩୫,୦୦୦ କୃଷକ । ପାଞ୍ଚ ଦିନ ଧରି ଦୀର୍ଘ ୧୮୦ କିଲୋମିଟର ଚାଲି ଚାଲି ମହାରାଷ୍ଟ୍ର ନାସିକ ଜିଲ୍ଲାର ୩୫,୦୦୦ ଚାଷୀ ରାଜ୍ୟ ରାଜଧାନୀ ମୁମ୍ବଇରେ ପହଞ୍ଚିଛନ୍ତି। ସୋମବାର ସେମାନେ ବିଧାନସଭା ଘେରାଓ କରିବେ। ବାମଦଳ ଅନୁବନ୍ଧିତ ସର୍ବ ଭାରତୀୟ କିଷାନ ସଭା(ଏଆଇକେଏସ୍‌) ନେତୃତ୍ୱରେ ଏହି ଘେରାଓର ଆୟୋଜନ କରାଯାଇଛି।

ତେବେ ବିଶାଳ ସଂଖ୍ୟାରେ ଏହି କୃଷକମାନେ ମୁମ୍ବଇରେ ପହଞ୍ଚିବା ପରେ ସହରରେ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା  କରାଯାଇଛି।
ସଂମ୍ପୂର୍ଣ୍ଣ ଋଣ ଛାଡ ଏବଂ ଦୀର୍ଘ ଦିନ ଧରି ଚାଷ କରିଆସୁଥିବା ଜମିକୁ ଆଦିବାସୀମାନଙ୍କୁ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏଆଇକେଏସର ସଭାପତି ଅଶୋକ ଧାୱାଲେ କହିଛନ୍ତି ସେମାନେ ମନ୍ତ୍ରୀ ଗିରିଶ ମହାଜନଙ୍କୁ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କ ଦାବି ପୂରଣ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

Leave A Reply