www.samajalive.in
Sunday, December 14, 2025
16.1 C
Bhubaneswar

ଡାକ୍ତରଖାନାରୁ ବୟାନ ଜାରି କଲେ ଗୋବିନ୍ଦା, କହିଲେ..

ସମାଜ ଡିଜିଟାଲ ଡେସ୍କ: ଡାକ୍ତରଖାନାରୁ ବୟାନ ଜାରି କଲେ ଗୋବିନ୍ଦା। ଏକ ଅଡ଼ିଓ ବାର୍ତ୍ତା ଜରିଆରେ ନିଜ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସହ ପ୍ରଶଂସକ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା। ସେ କହିଛନ୍ତି, ‘‘ନମସ୍କାର, ପ୍ରଣାମ, ମୁଁ ଗୋବିନ୍ଦା। ଆପଣଙ୍କ ସମସ୍ତଙ୍କ ଆଶୀର୍ବାଦ ଓ ବାବାଙ୍କ ଆଶୀର୍ବାଦ। ଗୁଳି ବାଜିଥିଲା। କିନ୍ତୁ, ଗୁରୁଙ୍କ କୃପାରୁ ଗୁଳି ବାହାର କରି ଦିଆଯାଇଛି। ମୁଁ ଏଠାକାର ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ସମସ୍ତଙ୍କ ପ୍ରାର୍ଥନା ପାଇଁ ସଭିଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି’’।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଗୋବିନ୍ଦାଙ୍କ ସହ ଏକ ଦୁର୍ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ବାଜି ଆହତ ହୋଇଛନ୍ତି ଅଭିନେତା। ସକାଳେ ସେ କଲକାତା ଯିବାକୁ ବାହାରୁଥିବାବେଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ କେସ୍‌ରେ ରଖୁଥିଲେ। ଏହି ସମୟରେ ଭୁଲବସତଃ ରିଭଲଭରଟି ତଳେ ପଡ଼ିଯାଇ ଗୁଳି ଫୁଟିଥିଲା ଏବଂ ଗୁଳି ଗୋବିନ୍ଦାଙ୍କ ଗୋଡ଼ରେ ବାଜିଥିଲା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

- Advertisement -

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories