www.samajalive.in
Friday, December 12, 2025
26.1 C
Bhubaneswar

କନ୍ଧମାଳରେ ପୁଣି ମାଓବାଦୀ-ପୁଲିସ ଗୁଳିବିନିମୟ: ଗ୍ରେନେଡ ମାଡ, ମିଲିସିଆ ଅଟକ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗି ବ୍ଳକ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ବେରେଣି ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଛି। ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏଥିରେ କୌଣସି ମାଓବାଦୀ ନିହତ ହୋଇନଥିଲେ ମଧ୍ୟ ଯବାମାନେ ଲଢେଇ ସ୍ଥଳରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ରେଡ଼ିଓ , କିଛି ଔଷଧ, ରେସନ ସାମଗ୍ରୀ ଓ ମାଓ ପୋଷାକ ଜବତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲରେ କମ୍ବିଂ ଚାଲୁ ରହିଥିବା କନ୍ଧମାଳ ଏସ୍‍.ପି ଭିନିତ୍‍ ଅଗ୍ରୱାଲା ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି। ଚଳିତ ଲଢେଇରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ ବେରେଣି ଅଞ୍ଚଳରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଏସ୍‍ଓଜି ଓ ଡ଼ିଭିଏଫ୍‍ ପକ୍ଷରୁ ଉକ୍ତ ଜଙ୍ଗଲରେ ଗତ ୧୫ ତାରିଖରୁ କମ୍ବି ଅପରେସନ ଆରମ୍ଭ ହୋଇଥିଲା। ୧୭ ତାରିଖ ସନ୍ଧ୍ୟାରେ ଯବାମାନେ ବେରେଣି ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ଅଚାନକ ମାଓବାଦୀଙ୍କ ପକ୍ଷରୁ ଗୁଳି ସହ ଗ୍ରେନେଡ଼୍‍ ମାଡ଼ କରାଯାଇଥିଲା। ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ୱାନ ଦିଆଯାଥିଲେ ମଧ୍ୟ ସେଥିକୁ ଖାତିର ନକରି ଯବାନଙ୍କ ଉପରକୁ ତୁହାକୁ ତୁହା ଗୁଳିଚାଳନା କରିଥିଲେ।

- Advertisement -

ନିଜର ସୁରକ୍ଷା ପାଇଁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓଦଳରେ ଥିବା ପ୍ରାୟ ୭ ରୁ ୮ ଜଣ ଘଞ୍ଚ ଜଙ୍ଗଲ ଭିତରକୁ ଖସିଯିବାରେ ସକ୍ଷମ ହୋଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଉପରୋକ୍ତ ମାଓ ସାମଗ୍ରୀ ସବୁ ଜବତ କରାଯାଇଥିବା ଏସ୍‍.ପି ପ୍ରକାଶ କରିଛନ୍ତି। ସଂପୃକ୍ତ ଜଙ୍ଗଲରେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ବିଂ ଚାଲିଛି। ଗୁଳି ଚାଳନା କରିଥିବା ମାଓ ସଂଗଠନ କେକେବିଏନ୍‍ ବୋଲି ସନ୍ଦେହ କରାଯାଇଛି । ମାଓନେତା ଦାସୁରୁ ଏହାର ନେତୃତ୍ୱ ନେଇଥିବା ମଧ୍ୟ ସନ୍ଦେହ କରାଯାଇଛି ବୋଲି ଏସ୍‍.ପି ପ୍ରକାଶ କରିଛନ୍ତି।

ଏହି ଘଟଣାରେ ଯବାନମାନେ ଜଣେ ମିଲିସିଆଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଥିବା ଏସପି କହିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ବାରମ୍ବାର ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ସଂପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଏଠା ଗତ ୧୨ ତାରିଖରେ କୁଏରୁମାଣ୍ଡୁ ପଞ୍ଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଏସଓଜି ଏବଂ ଡିଭିଏଫ ଦ୍ୱାରା କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏପରିକି ସେହି ସମୟରେ ମଧ୍ୟ ମାଓବାଦୀ ମାନେ ଗ୍ରେନେଡ଼୍‍ ଦ୍ୱାରା ଆକ୍ରମଣ କରିଥିଲେ। ପ୍ରାୟ ୨୦ରୁ ୨୫ ମିନିଟ୍‍ ଧରି ଗୁଳି ବିନିମୟ ହେବାପରେ ମାଓବାଦୀମାନେ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ। ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ସହ ବିପୁଳ ଅସ୍ତ୍ରଶସ୍ତ୍ର ମିଳିଥିଲା ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories