www.samajalive.in
Friday, December 12, 2025
27.1 C
Bhubaneswar

୫.୫ ଡ଼ିଗ୍ରୀକୁ ଖସିଲା ଫୁଲବାଣୀ ପାରଦ: କନ୍ଧମାଳରେ ତୁଷାରପାତ

ଫୁଲବାଣୀ: କନ୍ଧମାଳକୁ ଶୀତ ଲେଉଟିବା ସହ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଫୁଲବାଣୀର ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର ଜିଲାରେ ସର୍ବନିମ୍ନ । ଜିଲାରେ ଅନ୍ୟ ଅଞ୍ଚଳରେ ପାରଦମାପକ ଯନ୍ତ୍ର ନଥିଲେ ମଧ୍ୟ ଫୁଲବାଣୀ ପରି ସମଗ୍ର ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଅପରାହ୍ନ ପରେ ପରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ବିଳମ୍ବିତ ରାତିରେ ସମଗ୍ର ଜିଲାରେ କୁହୁଡ଼ିର ଆବରଣ ଯୋଗୁ ଯାନବାହାନ ଚଳାଚଳରେ ନାହିଁନଥିବା ବାଘ୍ୟାତ ଉପୁଜିଛି। ସକାଳ ପ୍ରାୟ ୮ ଟାରୁ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଢାଙ୍କି ରହୁଛି। ଶୀତ ପ୍ରକୋପ ଯୋଗୁ ଗରିବଙ୍କ ଚିନ୍ତା ବଢି ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶସାନ ପକ୍ଷରୁ କୌଣସି ସ୍ଥାନରେ ଶୀତବସ୍ତ୍ର ପ୍ରଦାନ କରାଯାଇନି।


ଶୀତର ମଜା ନେବାକୁ ଦିନକୁ ଦିନ ଜିଲାକୁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଦାରିଙ୍ଗବାଡ଼ି ବ୍ୟତୀତ ଜିଲାର ଅନ୍ୟ କୌଣସି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିନଥିବାରୁ ଏବେ ମଧ୍ୟ ପର୍ଯ୍ୟଟକ ଦ୍ୱନ୍ଦରେ ପଡିଛନ୍ତି । ଶୀତ ପ୍ରକୋପରୁ ରକ୍ଷା ପାଇଁ ନିଆଁ ପାଲଟିଛି ଏକ ମାତ୍ର ସାହରା। ସକାଳୁ ସକାଳୁ ଚାହା ଦୋକାନ ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଅଞ୍ଚଳବାସୀ କାଠ ଗଣ୍ଡିରେ ନିଆଁ ଲଗାଇ ବସି ରହୁଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରଥମଥର ପାଇଁ ତୁଷାରପାତ ପଡ଼ିଥିବା ଖବର ମିଳିଛି। ତୁଷାରପାତକୁ ଅଞ୍ଚଳବାସୀ ମୋବାଇଲ୍‍ରେ କଏଦ କରିବାକୁ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ବେଶ୍‍ ଭିଡ ଜମାଇଥିଲେ। ଫୁଲବାଣୀର ସନ୍ନିକଟ ବିଭିନ୍ନ ଗ୍ରାମରେ ତୁଷାରପାତ ପଡ଼ିଥିବା ବେଳେ ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ ବିଭିନ୍ନ ଧାନ ଓ ନଡ଼ା ଗଦା ଉପରେ ତୁଷାରପାତ ପଡିଥିବା ପରିଲକ୍ଷିତ ହୋଇଛି।

- Advertisement -

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories