ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନାଓ୍ୱାଜ ସରିଫଙ୍କ ଉପରକୁ ଜୋତାମାଡ

0

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଉପରକୁ ଜୋତା ମାଡ ହୋଇଛି ।  ଲାହୋରର ଏକ ସଭାରେ ଉଦ୍‌ବୋଧନ ଦେଉଥିବା ସମୟରେ ତାଙ୍କ ଉପରକୁ ଜୋତା ମାଡ ହୋଇଛି ।  ସରିଫଙ୍କର କାନ୍ଧରେ ଏହି ଜୋତା ମାଡ ହୋଇଛି ।

ସରିଫ ଜାମିଆ ନଇମିଆରେ ଏକ ସଭାରେ ଉଦ୍‌ବୋଧନ ଦେଉଥିଲେ । ଏହି ସମୟରେ ଜଣେ ଛାତ୍ର ତାଙ୍କ ଉପରକୁ ଜୋତା ମାଡ କରିଥିଲା । ଏହାପରେ  ଛାତ୍ରଜଣଙ୍କ ମଞ୍ଚ ଉପରକୁ ଚଢିଯିବା ସହ ସରିଫଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲା  ଓ ସରିଫଙ୍କ ସାମ୍ନାରେ ଛିଡା ହୋଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତିମାନେ ସମ୍ପୃକ୍ତ ଛାତ୍ରକୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।  ଜୋତା ଫିଙ୍ଗିଥିବା ଯୁବକର ପରିଚୟ ମିଳିଛି ।  ତାହାର ନାମ ତଲହା ମୁନାଓ୍ୱାର ବୋଲି ଜଣା ପଡିଛି । ଗିରଫ କରାଯିବ ପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply