www.samajalive.in
Monday, December 15, 2025
17.1 C
Bhubaneswar

ଦୁଇ ଜଣଙ୍କ ଆତ୍ମହତ୍ୟା; ୪୦ ବସ୍‍ ପୋଡ଼ି

ପୁଣେ : ମହାରାଷ୍ଟ୍ରରେ ସଂରକ୍ଷଣ ଆନ୍ଦୋଳନ ପୁନର୍ବାର ହିଂସାତ୍ମକ ରୂପ ଧାରଣ କରିଛି। ମୁମ୍ବଇ ପରେ ଏହା ପୁଣେକୁ ଡେଇଁଛି। ସଂରକ୍ଷଣ ସମ୍ପର୍କରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେବା ପରେ ତିନି ଦିନ ହେଲା ଥମି ଯାଇଥିବା ଏହି ଆୟୋଳନ ହଠାତ୍‍ ପୁଣେରେ ମୁଣ୍ଡ ଟେକିଛି। ଆନ୍ଦୋଳନକାରୀମାନେ ସୋମବାର ଅପରାହ୍ଣରେ ଏଠାରେ ୪୦ଟି ବସ୍‍ ପୋଡ଼ି ଦେଇଥିବାବେଳେ ୫୦ରୁ ଊର୍ଦ୍ଧ୍ବ ବସ୍‍ ଭାଙ୍ଗିରୁଜି ଦେଇଛନ୍ତି। ମରାଠା କ୍ରାନ୍ତି ମୋର୍ଚ୍ଚା ସମର୍ଥକମାନେ ଏହି କାଣ୍ଡ ଭିଆଇଥିବା ପୁଲିସ କହିଛି। ପୁଣେ-ନାସିକ ରାଜପଥର ଚକନ୍‍ ଶିଳ୍ପାଞ୍ଚଳରେ ଆନ୍ଦୋଳନକାରୀ ଏଭଳି ଲଙ୍କାକାଣ୍ଡ ଘଟାଇବାରେ ପୁଲିସ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯିବା ସହ ଫାଙ୍କା ଗୁଳିଚାଳନା କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ସ୍ଥାନୀୟ ଜନତା ଓ ବସ୍‍କୁ ଅପେକ୍ଷାରତ ଯାତ୍ରୀ ନାହିଁ ନଥିବା ସଂକଟରେ ପଡ଼ିଛନ୍ତି।
ସୋମବାର ପୂର୍ବାହ୍ଣରେ ସଂରକ୍ଷଣ ଦାବିରେ ଦୁଇ ଜଣ ଆତ୍ମହତ୍ୟା କରିଥିବା ଖବର ପ୍ରଚାର ହେବା ପରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଔରଙ୍ଗାବାଦରେ ଜଣେ ସଂରକ୍ଷଣ ସପକ୍ଷବାଦୀ ପ୍ରମୋଦ ଜୟସିଂହ ହୋରେ(୩୫) ରେଳ ଗାଡ଼ି ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ନାନ୍‍ଡେଡ୍‍ଠାରେ ଜଣେ ଫାଶୀରେ ଝୁଲି ଜୀବନ ହାରିଛନ୍ତି। ହୋରେ ରବିବାର ଫେସ୍ୱୁ୍‍ ଓ ହ୍ୱାଟ୍ସ ଆପ୍‍ରେ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଅପରପକ୍ଷରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍‍ କିଛି ଆନ୍ଦୋଳନକାରୀ ହିଂସାକୁ ଉସୁକାଉଛନ୍ତି ବୋଲି କହିଥିବାରୁ କ୍ଷମା ମାଗିବା ପାଇଁ ଦାବି କରାଯାଇଛି। ଏହାଛଡ଼ା କଂଗ୍ରେସ ପକ୍ଷରୁ ସରକାର ଅଯଥାରେ ଆନ୍ଦୋଳନକାରୀଙ୍କ ଦାବି ପୂରଣରେ ବିଳମ୍ବ କରୁଥିବା ଅଭିଯୋଗ ଆଣି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories