www.samajalive.in
Friday, December 5, 2025
23.1 C
Bhubaneswar

ବନ୍ଦ ହେବ ଏସିଆର ପ୍ରଥମ ଗୋ-ଅଭୟାରଣ୍ୟ!

ଭୋପାଳ : ମଧ୍ୟପ୍ରଦେଶର ଆଗର ମାଲୱା ଜିଲା ଅନ୍ତର୍ଗତ ସାଲାରିଆ ଗ୍ରାମସ୍ଥିତ ଏସିଆର ପ୍ରଥମ ଗୋ-ଅଭୟାରଣ୍ୟ ‘କାମଧେନୁ ଗାଈ ଅଭୟାରଣ୍ୟ’ ଉଦ୍‍ଘାଟନର ମାତ୍ର ୫ ମାସ ପରେ ପ୍ରାୟତଃ ବନ୍ଦ ହୋଇଯାଇଛି। ଶହଶହ ଗାଈ ଏବେ ଅଭୟାରଣ୍ୟ ବାହାରେ ବେସାହାରା ଭାବେ ବୁଲୁଛନ୍ତି। ବିଶେଷକରି ଅର୍ଥାଭାବ ଏବଂ କର୍ମଚାରୀ ଅଭାବ ଜନିତ ସମସ୍ୟା ଯୋଗୁ ଗାଈଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ହେବାକୁଯାଉଥିବା ଜଣାପଡ଼ିଛି।
ପରିତ୍ୟକ୍ତ ଅବସ୍ଥାରେ ଏଣେତେଣେ ବିଚରଣ କରୁଥିବା ଗୋରୁଗାଈଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ୩୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ୪୭୨ ହେକ୍ଟର ପରିବ୍ୟାପ୍ତ ‘କାମଧେନୁ ଗୌ-ଅଭୟାରଣ୍ୟ’ ନାମକ ଏହି ଅଭୟାରଣ୍ୟ ନିର୍ମାଣ ହୋଇଥିଲା। ୨୦୧୭ ସେପ୍ଟେମ୍ବର ୨୭ରେ ଏହା ଉଦ୍‍ଘାଟିତ ହୋଇଥିଲା। ଏଠାକାର ୨୪ଟି ବୃହତକାୟ ଗୋଶାଳାରେ ପ୍ରାୟ ୬,୦୦୦ ଗାଈ ରହିପାରିବାର ବ୍ୟବସ୍ଥା ଅଛି। ବର୍ତ୍ତମାନ ସୁଦ୍ଧା ଏହି ଅଭୟାରଣ୍ୟରେ ପ୍ରାୟ ୪,୧୨୦ ଗୋରୁଗାଈ ଅଛନ୍ତି। କେବଳ ବାର୍ଦ୍ଧକ୍ୟରେ ପହଞ୍ଚିଥିବା, ରୁଗ୍‍ଣ ତଥା କ୍ଷୀର ଦେବା ବନ୍ଦ କରିଦେଇଥିବା ଗାଈଙ୍କୁ ଏଠାରେ ଆଶ୍ରୟ ଦିଆଯାଇଛି। ଏମାନେ ଏବେ ସଂକଟରେ ପଡ଼ିଛନ୍ତି।
ପ୍ରମୁଖ ଇଂରାଜୀ ଗଣମାଧ୍ୟମ ‘ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅଭୟାରଣ୍ୟ ପରିଚାଳନା ନିମନ୍ତେ ପ୍ରାୟ ୧୦କୋଟି ଟଙ୍କା ଆବଶ୍ୟକ ହେଉଥିଲାବେଳେ ରାଜ୍ୟ ପଶୁପାଳନ ବିଭାଗ ପକ୍ଷରୁ ଏହାର ଅଧା ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୪ କୋଟି ଟଙ୍କା କେବଳ ଗୋଖାଦ୍ୟ କିଣିବାରେ ଖର୍ଚ୍ଚ ହୋଇଯାଉଛି। ଅଭୟାରଣ୍ୟର ନିଜସ୍ୱ ଆୟ ମଧ୍ୟ କିଛି ନାହିଁ। ଅର୍ଥାଭାବ କାରଣରୁ ଏହି ଗାଈଗୁଡିକୁ ନିୟମିତ ଆହାର ଯୋଗାଇବାରେ ମଧ୍ୟ ସମସ୍ୟା ଉପୁଜିଛି। ଅନ୍ୟପଟେ ଏମାନଙ୍କର ଯତ୍ନ ନେବା ଲାଗି ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଏଭଳି ସ୍ଥିତିରେ ଅଧିକ ଗାଈଙ୍କୁ ଏଠାରେ ଆଶ୍ରୟ ଦେବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଫେବୃଆରୀ ମାସରୁ ଅଧିକ ଗାଈଙ୍କ ପ୍ରବେଶ ବନ୍ଦ କରିଦିଆଯାଇଛି ବୋଲି ଏଠାକାର ଉପନିର୍ଦେଶକ ଡକ୍ଟର ଭି. ଏସ୍‍ କୋସାରୱାଲ କହିଛନ୍ତି। ଏଣୁ ଅଭୟାରଣ୍ୟ ଗୋଶାଳାରେ ବହୁ ସ୍ଥାନ ଖାଲିଥିଲେ ମଧ୍ୟ ଅନ୍ୟ ଗୋରୁଗାଈଙ୍କ ପାଇଁ ଏହାର ଦ୍ୱାରା ବନ୍ଦ କରିଦିଆଯାଇଛି।
ଇତିମଧ୍ୟରେ ଅଭୟାରଣ୍ୟକୁ ବିଦ୍ୟୁତ ଯୋଗାଇଦେବା ନିମନ୍ତେ ଏଠାରେ ତିନୋଟି ବାୟୋ-ଗ୍ୟାସ୍‍ କାରଖାନା ପ୍ରତିଷ୍ଠା କରାଯାଇଛି। ଗୋମୂତ୍ରର ସାରାଂଶ ସଂଗ୍ରହ ନିମନ୍ତେ ଇତିମଧ୍ୟରେ କେତେକ ଯନ୍ତ୍ରପାତି ଅଣାଯାଇଛି। ଅଭୟାରଣ୍ୟର ସ୍ଥିତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣଙ୍କୁ ଅବଗତ କରାଯାଇଛି। ଖୁବ୍‍ଶୀଘ୍ର ଅଭୟାରଣ୍ୟ ପାଇଁ ପାଣ୍ଠି ପ୍ରଦାନ କରାଯିବ ଏବଂ ଏହାର ପରିଚାଳନା ଦାୟିତ୍ୱ ଏକ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯିବା ଉପରେ ରାଜ୍ୟ ସରକାର ବିଚାର କରୁଥିବା ବିଭାଗୀୟ ମନ୍ତ୍ରୀ ଅନନ୍ତ ସିଂହ ଆର୍ଯ୍ୟ କହିଛନ୍ତି।
ଉଲ୍ଲେଖ ଯେ, ରାଜସ୍ଥାନର ଅଲୱରଠାରେ ରକବର୍‍ ଖାନ୍‍ ନାମକ ଜଣେ ମୁସଲମାନ ବ୍ୟକ୍ତି ଗୋସୁରକ୍ଷାକାରୀଙ୍କ ସମୂହ ଆକ୍ରମଣରେ ପ୍ରାଣ ହରାଇବା ପରେ ସେଠାକାର ସରକାର ଗୋରୁଗାଈଙ୍କ ନିର୍ଭୟ ବିଚରଣ ଦିଗରେ ଗୁରୁତ୍ୱପର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିକ୍ରମେ ରାଜ୍ୟରେ ଏକ ଗୋ-ଅଭୟାରଣ୍ୟ ସୃଷ୍ଟି କରିବା ନିମନ୍ତେ ଜୁଲାଇ ୨୯ରେ ଏକ ବୁଝାମଣାପତ୍ର ସ୍ୱକ୍ଷର ହୋଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories