www.samajalive.in
Friday, December 5, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣ ଧମକ ଦେଇ ଯୁବକ ଗିରଫ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାସାୟନିକ ଆକ୍ରମଣ କରିବାକୁ ଧମକ ଦେବା ଅଭିଯୋଗରେ ୨୨ବର୍ଷ ବୟସ୍କ ଜଣେ ଯୁବକକୁ ମୁମ୍ବଇ ପୁଲିସ ଗିରଫ କରିଛି। କାଶୀନାଥ ମଣ୍ଡଳ ନାମକ ଏହି ଯୁବକ ନିରାପତ୍ତା ରକ୍ଷୀ ଭାବେ କାର୍ଯ୍ୟ କରନ୍ତି। ନୂଆଦିଲ୍ଲୀସ୍ଥିତ ଜାତୀୟ ସୁରକ୍ଷା ରକ୍ଷୀ (ଏନ୍‍ଏସ୍‍ଜି)ର ନିୟନ୍ତ୍ରଣ କକ୍ଷକୁ ଟେଲିଫୋନ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଉପରେ ରାସାୟନିକ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏନ୍‍ଏସ୍‍ଜି ଉକ୍ତ ଟେଲିଫୋନ୍‍ ନମ୍ବର ଟ୍ରାକ୍‍ କରି ତାହା ମୁମ୍ବଇର ବୋଲି ଜାଣିବାକୁ ପାଇଥିଲା। ପରେ ମୁମ୍ବଇ ପୁଲିସକୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ଜୁଲାଇ ୨୭ରେ ମୁମ୍ବଇ ରେଳଷ୍ଟେସନଠାରେ ସୁରତ ଯାଉଥିବା ଟ୍ରେନ୍‍ରେ ଚଢିବାବେଳେ କାଶୀନାଥଙ୍କୁ କେନ୍ଦ୍ରୀୟ ମୁମ୍ବଇର ଡି. ବି ମାର୍ଗ ଥାନା ପୁଲିସ ଗିରଫ କରିଥିଲା। କାଶୀନାଥ ଝାଡ଼ଖଣ୍ଡର ମୂଳ ବାସିନ୍ଦା ଏବଂ ସେ ମୁମ୍ବଇର ୱାକେଶ୍ୱରସ୍ଥିତ ଏକ ଚାଳିଆରେ ରହୁଥିଲେ। ନିକଟରେ ତାଙ୍କର ଜଣେ ବନ୍ଧୁ ମାଓବାଦୀ ଆକ୍ରମଣରେ ପ୍ରାଣ ହରାଇବା ଘଟଣାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି ଜେରାବେଳେ କାଶୀନାଥ ପୁଲିସକୁ କହିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories