www.samajalive.in
Monday, December 15, 2025
15.1 C
Bhubaneswar

କରୋନା କଟକଣା ସହ ମନ୍ଦିର ଖୋଲିବାକୁ ଦାବି; ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ସମ୍ବଲପୁର ବିଜେପି

ସମ୍ବଲପୁର: କୋଭିଡ଼ କଟକଣା ନିୟମ ପାଳନ କରି ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ଦାବି କରିଛି । ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି   କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲାକଡାଉନରେ ରହିଥିଲା । କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଯାତାୟତ ସଙ୍ଗେ ସଙ୍ଗେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା । ସମସ୍ତ ପ୍ରକାରର ଧାର୍ମିକ, ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ଉପରେ ଲାଗିଥିଲା ସମ୍ପୂର୍ଣ୍ଣ କଟକଣା । ଆମ ରାଜ୍ୟ ଓଡିଶାରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସମସ୍ତ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ କଟକଣା ଲାଗୁ ହୋଇଥିଲା ।


କିନ୍ତୁ, ବର୍ତ୍ତମାନ ସମଗ୍ର ରାଜ୍ୟରେ ଯାତାୟତ ସଙ୍ଗେ ସଙ୍ଗେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟବଶାୟୀକ ପ୍ରତିଷ୍ଠାନ ଖୋଲିବା ସହ କୋଭିଡ ସର୍ତ୍ତାବଳିନୁସାରେ ସମସ୍ତ ପ୍ରକାରର ଧାର୍ମିକ, ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ସମୟାନୁକ୍ରମେ ସମସ୍ତ କଟକଣା ମାନ ଧୀରେ ଧୀରେ କୋହଳ ହେବାକୁ ବସିଲାଣି ଓ ଜନଜୀବନ ସାମାନ୍ୟ ହେବାକୁ ବସିଲାଣି । ହେଲେ, ବର୍ତ୍ତମାନ ଯାଏଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

- Advertisement -


କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ଗୁଡିକ କୋଭିଡ-୧୯ ର ସର୍ତ୍ତାବଳୀନୁସାରେ ଚାଲୁ ରହିବାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାର ରେଷ୍ଟୁରାଣ୍ଟ, ବାର, ମଦ ଦୋକାନ ଭଳି ଅନେକ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଖୋଲି ସରଲେଣି ହେଲେ ରାଜ୍ୟ ର ସମସ୍ତ ଧର୍ମାଲମ୍ବୀ ଙ୍କ ଭାବାବେଗ ସହିତ ଜଡ଼ିତ ଧାର୍ମିକନୁଷ୍ଠାନ ଖୋଲିବାରେ କୁଣ୍ଠାବୋଧ କରୁଛନ୍ତି ।


ଯଦି କୋଭିଡ-୧୯ କଟକଣା ର ସର୍ତ୍ତାବଳି ପାଳନ କରି ଅନାଵଶ୍ୟକୀୟ ଓ ବିଳାଶପୂର୍ଣ୍ଣ ବ୍ୟବସ୍ଥା ଚାଲୁ ରଖା ଯାଇ ପାରୁଛି ଓ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇ ପାରୁଛି ତାହେଲେ ସମସ୍ତ ଧାର୍ମିକନୁଷ୍ଠାନମାନେ ଖୋଲିବାରେ ଅସୁବିଧା କେଉଁଠି..??? ତେଣୁ, କୋଭିଡ-୧୯ କଟକଣା ର ସର୍ତ୍ତାବଳି ଲାଗୁ କରି ଆମ ଜିଲ୍ଲାର ସମସ୍ତ ଧାର୍ମିକନୁଷ୍ଠାନ ମାନ ଖୋଲିବାକୁ ସରକାର ନିର୍ଦ୍ଦେଶ ପ୍ରଦାନ କରନ୍ତୁ । କାରଣ ଧାର୍ମିକନୁଷ୍ଠାନ ଗୁଡିକ ବିଭିନ୍ନ ଧର୍ମାବଲମ୍ବୀ ଙ୍କ ଆସ୍ଥା ଓ ବିଶ୍ୱାସ ରେ କେନ୍ଦ୍ର ହୋଇଥିବା ବେଳେ ଲକ୍ଷ ଲକ୍ଷ ପରିବାର ର ପେଟପାଟଣା ର ଏକ ଉତ୍ସ ମଧ୍ୟ । ବିଭିନ୍ନ ଧାର୍ମିକନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳୀ କୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ଛୋଟ ବଡ଼ ବ୍ୟବସାୟୀ ଙ୍କ ସଙ୍ଗେ ସଙ୍ଗେ ଅଟୋ ଚାଳକ, ହୋଟେଲ ବ୍ୟବସାୟୀ, ଜଳଖିଆ ଦୋକାନୀ, କୁଟୀର ଶିଳ୍ପୀ, ଲୁଗା ଦୋକାନୀ ଙ୍କ ଭଳି ଅନେକଙ୍କ ପରିବାର ର ପେଟପାଟଣା ନିର୍ଭର କରିଥାଏ । ତତ୍ ସଙ୍ଗେ ସଙ୍ଗେ ସମସ୍ତ ଧାର୍ମିକନୁଷ୍ଠାନ ମାନଙ୍କରେ କିଭଳି କୋଭିଡ-୧୯ ସର୍ତ୍ତାବଳୀ ପାଳନ କରି ଶ୍ରଦ୍ଧାଳୁମାନେ ନିଜର ଧାର୍ମିକ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ପାରିବେ ସେଥିପାଇଁ ଆବଶ୍ୟକୀୟ ସରକାରୀ ବ୍ୟବସ୍ଥା କୁ ଯୋଗେଇ ଦିଅନ୍ତୁ ।
ଜିଲ୍ଲା ସଭାପତି ଗିରୀଶ ପଟେଲ ଙ୍କ ନେତୃତ୍ୱରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଦାମୋଦର କର କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ ,ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡାଇ, ଧନୁପାଲି ମଣ୍ଡଳ ସଭାପତି ପ୍ରକାଶ କୁମାର ସାହୁ ମୋହନ କୁମାର ଦାଶ, ଅନୁପ ମିଶ୍ର, ଦେବେନ୍ଦ୍ର ନାଏକ ପ୍ରଦୀପ କୁମାର ବେହେରା, ରୂପେଶ କୁଅଁର, ନିଲାମ୍ବାର ସିକନ୍ଦର, କିଶୋର ମେହେର, ଚନ୍ଦ୍ର ଶେଖର ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଅନିଲ ସୁନା, ସନ୍ତୋଷ ସାହୁ, କିଶୋର ମହାକୁଡ଼, ସୌମିତ୍ର ଜତି, ପ୍ରଭୁଦତ୍ତ ପଣ୍ଡା, ଦଶରଥ ମେହେର, ଚିରଣ କୁମାର ସାମଲ, ଆଶିଷ ପଟ୍ଟନାୟକ, ମାନସପଣ୍ଡା, ମାନସ ପୂଜାରୀ, ସନତ ବାବୁ, କୃଷ୍ଣ ଚନ୍ଦ୍ର ବେହେରା, ଦିବ୍ୟ କିଶୋର ଭୋଇ, ସୁରେଶ କୁମାର ଦାଶ, ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories