www.samajalive.in
Sunday, December 14, 2025
19.1 C
Bhubaneswar

କୂଅରୁ ଉଦ୍ଧାର ହେଲା କାଳିଆର ମୃତଦେହ ; ପରିବାର ଲୋକେ ଆଣି​‌ଲେ ହତ୍ୟା ଅଭିଯୋଗ

ଢ଼େଙ୍କାନାଳ : ଶେଷରେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହୋଇଛି। ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ​ଗାଁ ଦାଣ୍ଡରେ ଖେଳୁଥିବା ବେଳେ କାଳିଆ ହଠାତ୍‌ କୁଆଡ଼େ ଗାୟବ ହୋଇଯାଇଥିଲା। କାଳିଆକୁ ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇପଡିଥିଲେ। ପରେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହୋଇଛି। ତେବେ କାଳିଆ କେମିତି କୂଅରେ ପଡିଲା ? ତାହାକୁ ନେଇ ଧୀରେ ଧୀରେ ସନ୍ଦେହ ଘନେଇବାରେ ଲାଗିଛି। ରାଜ୍ୟରେ ଶିଶୁ ନିଖୋଜ ଘଟଣା ବଢ଼ୁଥିବା ବେଳେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାଥାଉକି, ଗତକାଲି ଠାରୁ ନିଖୋଜ ଥିବା ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲା। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଏପରି ଘଟଣା ଘଟିଛି। ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି। ଶିଶୁଟିକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

- Advertisement -

ମୃତ ଶିଶୁଟି ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ପୁଅ କାଳିଆ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସେହି ଗାଁର ପିଟୁର ବୋହୂ ତାଙ୍କ ପୁଅକୁ ମାରି କୂଅରେ ପିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଶିଶୁର ମୃତ ଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories