www.samajalive.in
Saturday, December 6, 2025
14.1 C
Bhubaneswar

ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ

ଚଣ୍ଡୀଗଡ଼: ପଞ୍ଜାବର ଅମୃତସର ଅନ୍ତର୍ଗତ ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ଅନୁପ୍ରବେଶକାରୀମାନେ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ବିଏସଏଫ ଯବାନମାନେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସୀମାରେ ଏବେ ସର୍ଚ୍ଚ ଅପରେଶନ କରାଯିବ ବୋଲି ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି। ଘନ କୁହୁଡି ଯୋଗୁ ସର୍ଚ୍ଚ ଅପରେଶନ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ପଡ଼ୁଥିବାରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ଆରମ୍ଭ କରିଛି।

- Advertisement -

ଗତ ସୋମବାର ବିଳମ୍ବିତ ରାତିରେ ଭାରତ-ପାକିସ୍ତାନକୁ ବିଭାଜିତ କରୁଥିବା ଅନ୍ତର୍ଜାତୀୟ ସୀମାରେଖାର ରାଜାତାଲ ନିକଟରେ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ସୀମାରେ ପ୍ରବେଶ କରିଥିବା ନେଇ ବିଓପିରେ ମୁତୟନ ବିଏସଏଫକୁ ସୂଚନା ମିଳିଥିଲା। ଯବାନମାନେ କଣ୍ଟିଲି ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ କିଛି ପାଦ ଚିହ୍ନ ଦେଖିବା ପରେ ଅନୁପ୍ରବେଶ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଆମାବାସ୍ୟା ରାତିରେ ଅନୁପ୍ରବେଶକାରୀମାନେ ହେରୋଇନ୍‌ ଏବଂ ଅସ୍ତ୍ରଶସ୍ତ୍ରକୁ ଭାରତରେ ଥିବା ଚୋରା ଚାଲାଣକାରୀଙ୍କୁ ଯୋଗାଉଥିବା ବିଏସଏଫ ଆଶଙ୍କା କରିଛି। ଅନୁପ୍ରବେଶକାରୀ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଠିକଣା ଜାଗାରେ ପହଞ୍ଚାଇ ଫେରିଯାଉଥିବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ପୁଲିସ ଏବଂ ବିଏସଏଫ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories