www.samajalive.in
Monday, December 8, 2025
14.1 C
Bhubaneswar

କେଶ ପାଇଁ କେତୋଟି ଜାଣିବା କଥା

କେଶକୁ ଭଲ ଭାବେ ସଫା କରନ୍ତୁ –
କେଶକୁ ସୁସ୍ଥ ରଖିବାକୁ ହେଲେ ଆପଣ ସପ୍ତାହକୁ ୩ଥର କେଶକୁ ସଫା କରନ୍ତୁ। ସଫା କରିବା ପରେ ସେଓର ରସରେ ଅଳ୍ପ ଥଣ୍ଡା ପାଣି ମିଶାନ୍ତୁ। ଏହାପରେ ଏହାକୁ ଲଗାନ୍ତୁ। କେଶରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉପକାରୀ , ଖରାର ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ।
ଫଳ ଓ ପନିପରିବା ଖାଆନ୍ତୁ –
ଏହି ଦିନରେ ଅଧିକ ପରିମାଣରେ ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ। ଏହା ଶରୀର ସହ କେଶକୁ ସୁସ୍ଥ ରଖିଥାଏ। କମଳା, ଅମୃତଭଣ୍ଡା, ଜାମୁକୋଳି ଆଦିରେ ଭିଟାମିନ ସି ଅଧିକ ପରିମାଣରେ ରହିଛି। ଯାହା କେଶକୁ ଉପଯୁକ୍ତ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। କେଶକୁ ଶୁଷ୍କ ହେବାକୁ ଦେଇନଥାଏ।
କେଶ ପାଇଁ ମାସ୍କ-
କେଶ ପାଇଁ ମାସ୍କର ନିଶ୍ଚୟ ବ୍ୟବହାର କରନ୍ତୁ। ଏହା କେଶକୁ ପୋଷଣ ପ୍ରଦାନ କରିବା ସହ କେଶର ଚମକ ବୃଦ୍ଧି କରିଥାଏ।
କେଶ ମୂଳରେ ସ୍କ୍ରବ କରନ୍ତୁ –
ସପ୍ତାହକୁ ୩ ରୁ ୪ଥର କେଶ ମୂଳରେ ସ୍କ୍ରବ କରନ୍ତ। ବଜାରରେ ମିଳୁଥିବା ନାମୀଦାମୀ କମ୍ପାନୀର ହରବଲ ସ୍କବ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ମୂଳ ପରିଷ୍କାର ରହିଥାଏ। କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଯଦି ଆପଣ ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। କେଶ ରେଶମୀ ହୋଇଥାଏ।
ଶୀତ ଦିନରେ ସୋରିଷ ତେଲକୁ ସାମାନ୍ୟ ଉଷୁମ କରି କିମ୍ବା ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରୂପି ଦୂର ହୋଇଥାଏ। ଆରମ ମଧ୍ୟ ଅନୁଭବ ହୋଇଥାଏ।
ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। ଲେମ୍ବୁରେ ପୋଷକ ତତ୍ତ୍ୱ ଓ ମହୁ ମିଶ୍ରଣ କେଶ ପାଇଁ ଖୁବ ଉତ୍ତମ। ସପ୍ତାହକୁ ୨ କିମ୍ବା ୩ ଥର ଏହାକୁ ଲଗାଇ ୨୫ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ।
ଯଦି ଆପଣଙ୍କ କେଶ ଅଧିକ ଶୁଷ୍କ , ତେବେ ଶୀତ ଦିନରେ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଲିଭ ଅଏଲରେ କେଶ ମୂଳକୁ ମାଲିସ କରନ୍ତୁ। ଏହି ତେଲରେ ଆପଣ ମହୁ ମିଶାଇ ଏହାକୁ ବ୍ୟବହାର କରି ପାରିବେ। ଏହାକୁ ଲଗାଇ ୩୦ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ରେଶମୀ ହେବା ସହ ରୂପି ସମ୍ପୂର୍ଣ୍ଣ ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories