www.samajalive.in
Sunday, December 7, 2025
26.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ଦିବା-ରାତ୍ରୀ ଟେଷ୍ଟରେ ବଡ ଇନିଂସ ଖେଳି ଆଉ ଏକ ବିଶ୍ବ ରେକର୍ଡ କରିପାରିବେ କୋହଲି

ଆଡିଲେଡ୍ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ଦୃଢ ଉଦ୍ଦେଶ୍ୟ ନେଇ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟ୍ରଫି ବଜାୟ ରଖିବାକୁ ଚାହୁଁଥିବାବେଳେ ଆୟୋଜକ ଅଷ୍ଟ୍ରେଲିଆ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଗୁରୁବାର ଠାରୁ ସିରିଜର ପ୍ରଥମ ମ୍ୟାଚ୍ ଦିନ-ରାତି ଟେଷ୍ଟ ହେବ ଯାହା ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ।

ଏହି ମ୍ୟାଚରେ ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ କାରଣ ଏହା ଚଳିତ ବର୍ଷରେ ବିରାଟଙ୍କ ଶେଷ ମ୍ୟାଚ୍ ହେବ। ପ୍ରଥମ ଟେଷ୍ଟ ପରେ ସେ  ଭାରତ ପତ୍ୟାବର୍ତ୍ତନ କରିବେ ଏବଂ ପ୍ରଥମ ସନ୍ତାନର ଜନ୍ମ ପାଇଁ ପତ୍ନୀ ଅନୁଷ୍କାଙ୍କ ସହିତ ସମୟ କଟାଇବେ । ଏହି କାରଣରୁ ଭାରତ ପ୍ରଥମ ଟେଷ୍ଟରେ ବିରାଟଙ୍କଠାରୁ ଭଲ ଇନିଂସ ଆଶା କରୁଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କୁ ରୋକିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ।

- Advertisement -
virat Kohali – Photo : Social Media

ତେବେ ଏହି ମ୍ୟାଚରେ ବିରାଟଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ୨୦୨୦ରେ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ପାଇଁ ଏହା ବିରାଟଙ୍କ ଶେଷ ମ୍ୟାଚ୍‌ । ୨୦୦୮ ପରେ ୨୦୨୦ ପ୍ରଥମ ବର୍ଷ ଯେଉଁବର୍ଷ ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶତକ ହାସଲ କରିନାହାନ୍ତି। ଯଦି ଶେଷ ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରନ୍ତି ତେବେ ତାଙ୍କ ପାଇଁ ଏହି ବର୍ଷଟି ସଫଳତାର ସହ ଶେଷ ହେବ ।

ଏହା ବ୍ୟତୀତ କୋହଲି ଅନ୍ୟ ଏକ ବଡ଼ ରେକର୍ଡର ନିକଟତର ଅଛନ୍ତି । ଯଦି ସେ ପ୍ରଥମ ଟେଷ୍ଟରେ ଶତକ ହାସଲ କରନ୍ତି, ତେବେ ସେ ଅଧିନାୟକ ଭାବରେ ତାଙ୍କର ୪୨ ତମ ଅନ୍ତର୍ଜାତୀୟ ଶତକ ହେବ। ଏହି ରେକର୍ଡରେ ବିରାଟ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଙ୍ଗଙ୍କୁ ପଛରେ ପକାଇବେ। ଆଡିଲେଡରେ ଶତକ ହାସଲ କଲେ ବିରାଟ ଅଧିନାୟକ ଭାବେ ସବୁଠୁ ଅଧିକ ଶତକ ସ୍କୋର କରିଥିବା ଖେଳାଳି ହୋଇଯିବେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories