www.samajalive.in
Sunday, December 7, 2025
26.1 C
Bhubaneswar

ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ୍‌

ମୁମ୍ବଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ ଜାରି ରଖିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ଏହି କ୍ରମରେ ମଙ୍ଗଳବାର ଏନସିବି ଅଭିନେତା ଅର୍ଜୁନ ରାମପାଲଙ୍କୁ ସମନ୍‌ ଜାରି କରିଛି। ଆସନ୍ତା ୧୬ ତାରିଖରେ ଅର୍ଜୁନ ଏନସିବିରେ ହାଜର ହେବାକୁ କୁହାଯାଇଛି।

ଏହା ପୂର୍ବରୁ ଏନସିବି ପକ୍ଷରୁ ଅର୍ଜୁନ ରାମପାଲ ଏବଂ ତାଙ୍କ ବାନ୍ଧବୀ ଗ୍ରାବ୍ରିଏଲା ଡେମେଟ୍ରିଏଡ୍‌ସଙ୍କୁ ପଚରାଉଚରା କରିଥିଲା। ଗତ ନଭେମ୍ବରରେ ଏନସିବି ଅର୍ଜୁନଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ ଏବଂ ଟାବ୍‌ଲେଟ୍‌ ଜବତ କରାଯାଇଥିଲା। ଏହା ପରେ ତାଙ୍କୁ ଏନସିବି କାର୍ଯ୍ୟାଳୟକୁ ଡକାଇ ଜେରା କରାଯାଇଥିଲା। ଚଢ଼ାଉ ସମୟରେ ଅର୍ଜୁନଙ୍କ ଘରୁ କୌଣସି ଡ୍ରଗ୍ସ ମିଳି ନ ଥିଲା, କିନ୍ତୁ ଏନଡିପିଏସ ଦ୍ବାରା ନିଷେଧ କରାଯାଇଥିବା ଅନେକ ଔଷଧ ମିଳିଥିଲା।

- Advertisement -

ସୂଚନାଯୋଗ୍ୟ, ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନସିବି ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍‌ ଅଭିନେତାଙ୍କୁ ପଚରାଉଚରା କରିସାରିଛି। କିନ୍ତୁ ଅର୍ଜୁନ ରାମପାଲଙ୍କ ବାନ୍ଧବୀ ଗ୍ରାବ୍ରିଏଲାଙ୍କ ଭାଇକୁ ଏନସିବି ଗିରଫ କରିବା ପରେ ଡ୍ରଗ୍ସ ଲିଙ୍କ୍‌ରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ସେତେବେଳେ ଅର୍ଜୁନ ଗଣମାଧ୍ୟମକୁ କହିଥିଲେ, ଡ୍ରଗ୍ସ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୋ ଘରୁ କିଛି ଔଷଧ ମିଳିଥିଲା, ଯାହାର ପ୍ରେସ୍‌କ୍ରିପ୍‌ସନ ମୁଁ ଏନସିବିକୁ ଦେଇଛି। ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରୁଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories