www.samajalive.in
Monday, December 15, 2025
15.1 C
Bhubaneswar

ଏଏନ୍‌ଏମ୍‌ଙ୍କ ଆନ୍ଦୋଳନ ୧୫ ଦିନରେ, ମାଷ୍ଟରକ୍ୟାଣ୍ଟିନ ଅବରୋଧ ଧମକ

ଭୁବନେଶ୍ୱର: ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ସ୍ଥାୟୀ ନିଯୁକ୍ତି ଦାବିରେ ଦିବାରାତ୍ର ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। ରାଜଧାନୀରେ ଏଏନଏମ୍‍ମାନେ ଦିବାରାତ୍ର ଆନ୍ଦୋଳନ ଚଳାଇଥିବାରୁ ୧୦ ରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

ରାଜ ରାସ୍ତାରେ ଚାଲିଥିବା ଆନ୍ଦୋଳନ ପ୍ରତି ବିଜେପି ଓ କଂଗ୍ରେସ ନେତୃବର୍ଗ ସମର୍ଥନ କରିଥିଲେ ମଧ୍ୟ ଏମାନଙ୍କ ଦାବି ଯଥାର୍ଥ ନୁହେଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏମାନଙ୍କୁ ସମାୟିକ ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା, ଏବେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପୋଷ୍ଟ ବାହାରିଛି ସେମାନେ ଆବେଦନ କରନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ମାର୍ଚ୍ଚ ମାସଠାରୁ ବିଭିନ୍ନ ସମୟରେ ଦୁଇଟି ପର୍ଯ୍ୟାୟରେ ଏଏନ୍‌ଏମଙ୍କୁ ନୂତନ ଭାବେ କୋଭିଡ଼ କେୟାର ହୋମ୍ ଏବଂ କୋଭିଡ଼ କେୟାର ସେଣ୍ଟର କରି ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିଲେ। ଯେତେବେଳେ ଲୋକେ କରୋନା ଭୟରେ ନିଜକୁ ଗୃହବନ୍ଦୀ କରି ରହୁଥିଲେ ସେତେବେଳେ ଲୋକମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ସହିତ ଘର ଘର ବୁଲି ନମୁନା ସଂଗ୍ରହ କରୁଥିଲେ। ଟ୍ରାକିଙ୍ଗ ସଚେତନତା ଠାରୁ ଆରମ୍ଭ କରି ବିଦେଶ ଫେରନ୍ତା ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତସ୍ତରୀୟ ସିସିଏଚ୍ ଗୁଡ଼ିକରେ ନିଜ ଜୀବନକୁ ବାଜି ଲଗାଇ ଏଏନ୍‍ଏମ୍‍ମାନେ ସେବା ଯୋଗାଇ ଆସୁଥିଲେ। ସରକାରଙ୍କ ଅଜବ ନୀତି ଏବେବି କୋଭିଡ୍‌ ଭୟବହତା ଚାଲିଥିଲେ ମଧ୍ୟ ଏଏନ୍‍ଏମଙ୍କୁ ସରକାରୀ ନୀତି ନିୟମରେ ମିଳିଥିବା ଦୈନିକ ଠିକା କାର୍ଯ୍ୟରୁ ମଧ୍ୟ ଛଟେଇ କରିଥିବାରୁ ଏଏନ୍‍ଏମମାନେ ଆନ୍ଦୋଳନ ଚଳାଇଛନ୍ତି। ଏଏନ୍ଏମ୍‌ମାନଙ୍କ ପ୍ରତି ସରକାର ଏଭଳି ଅବିଚାର ବିରୋଧରେ ଦାବିପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories