www.samajalive.in
Sunday, December 14, 2025
17.1 C
Bhubaneswar

ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ , ଷ୍ଟ୍ରେଚରରେ ବୋହି ଆଣିଲେ ୨ କିଲୋମିଟର

ସମ୍ବଲପୁର: ସମ୍ବଲପୁର ଜିଲାରେ ଅନେକ ସ୍ଥାନ ବଣପାହାଡ ଘେର ମଧ୍ୟରେ ରହିଥିବା ବେଳେ ଏବେ ମଧ୍ୟ ବିକାଶର ଆଲୋକ ପହଞ୍ଚି ପାରି ନ ଥିବାରୁ ସେ ସ୍ଥାନ ଗୁଡିକ ଅପହଞ୍ଚ ହୋଇ ରହିଛି। ଏହି ଅପହଞ୍ଚ ଇଲାକା ଗୁଡିକୁ ଚାଲିକି ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଯାନବାହାନ ଯିବା ସ୍ୱପ୍ନ ଅଟେ। ଏଭଳି କ୍ଷେତ୍ରରେ ଅନେକ ସମୟରେ ସମ୍ବଲପୁର ଜିଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ରୋଗୀ ମାନଙ୍କୁ ତୁରନ୍ତ ଏହି ଅପହଞ୍ଚ ଇଲାକା ଗୁଡିକରୁ ଆଣି ଡାକ୍ତରଖାନାକୁ ପହୁଞ୍ଚାଉ ଥିବା କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ। ଏଭଳି ଏକ ଘଟଣାରେ ସମ୍ବଲପୁର ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନାକଟିଦେଉଳ ବ୍ଲକର ଗିରିଶଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବ୍ରାହ୍ମଣିପାଲି ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯିବାକୁ ୧୦୮ ନମ୍ବରକୁ ଫୋନ ଆସିଥିଲା।

ଦିନ ପ୍ରାୟ ୧ଟା ୫୦ରେ ଫୋନ ମିଳିବା ପରେ ତୁରନ୍ତ ସେହି ଅଞ୍ଚଳର କିସିଣ୍ଡା ଠାରେ କାର୍ଯ୍ୟରତ ଆମ୍ବୁଲାନ୍ସ କର୍ମଚାରୀ କେଶବ ପ୍ରଧାନ, ନିଶିକାନ୍ତ ସାହୁ ଓ ଚାଳକ ଆର୍ତ୍ତ ବେହେରା ରୋଗୀଙ୍କୁ ଡାକ୍ତରଖାନା ପହୁଞ୍ଚାଇବାକୁ ବାହାରି ଯାଇଥିଲେ। ତେବେ ବ୍ରାହ୍ମଣିପାଲି ଗ୍ରାମର ପ୍ରାୟ ୨ କିଲୋମିଟର ପୂର୍ବରୁ ରାସ୍ତା ଅତ୍ୟନ୍ତ ଖରାପ ଥିବା ବେଳେ ଏକ ନଦୀ ମଧ୍ୟ ବହି ଯାଉଛି। ଫଳରେ ଆମ୍ବୁଲାନ୍ସ ବ୍ରାହ୍ମଣୀପାଲି ଗ୍ରାମ ଠାରୁ ପ୍ରାୟ ୨ କିମି ଦୂରରେ ଅଟକି ଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଟକି ରୋଗୀ ସବିତା ନାୟକ (୨୪) ଙ୍କ ପରିଜନକୁ ଫୋନ ଲଗାଇବା ବେଳେ ନେଟୱର୍କ ନ ଥିବାରୁ ତାହା ଲାଗି ନ ଥିଲା। ଏଣୁ ତୁରନ୍ତ ସେମାନେ ଗ୍ରାମକୁ ଯାଇ ରୋଗୀଙ୍କ ପରିଜନଙ୍କ ସହିତ ଷ୍ଟ୍ରେଚରରେ ନଦୀ ପାର କରି ୨ କିମି ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହା ପରେ ତୁରନ୍ତ ସେମାନେ ରୋଗୀଙ୍କୁ ଅପରାହ୍ନ ପ୍ରାୟ ୪ଟା ସମୟରେ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଗର୍ଭବତୀ ସବିତା ଠିକ ସମୟରେ ଚିକିତ୍ସା ପାଇବାରୁ ସୁରକ୍ଷିତ ଭାବରେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିବାର ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ମେ ମାସ ୨୦ ତାରିଖରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ବିରସିଂହଗଡରୁ ଶ୍ରୀମନ୍ତ ପଣ୍ଡାଙ୍କ (୬୦), ଗତ ବର୍ଷ ନଭେମ୍ବର ୮ ତାରିଖରେ ଯୁଯୁମୁରା ବ୍ଲକ ଅର୍ନ୍ତଗତ ଟିରପିଟକାନି ଗ୍ରାମର ଏଲାରୋସ ସୋରେନ (୬୦), ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଖରସନମାଲ ଗ୍ରାମପଞ୍ଚାୟର ଝଟକିମାଲ ଗ୍ରାମର ଜଣେ ମହିଳା ରୋଗୀ ଙ୍କ ସମେତ ଅନ୍ୟ ରୋଗୀ ମାନଙ୍କୁ ଏଭଳି ଦେବଦୂତ ସାଜି ଉଦ୍ଧାର କରି ଡାକ୍ତରଖାନାକୁ ପହୁଞ୍ଚାଇ ଥିବାର ନଜୀର ରହିଛି। ସ୍ୱାଧିନତାର ୭୨ ବର୍ଷ ପରେ ସୁଦ୍ଧା ସମ୍ବଲପୁର ଜିଲାରେ ଏଭଳି ବହୁ ଅଞ୍ଚଳ ଏବେ ମଧ୍ୟ ଅଗମ୍ୟ ହୋଇ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି ବୋଲି ଡିମଡିମ ପିଟୁଥିବା ବେଳେ ଏହି ଘଟଣା ସରକାର ଓ ପ୍ରଶାସନର ଫମ୍ପା ଦାବୀର ପୋଲ ଖୋଲି ଦେଉଛି। ତେବେ ବିପରିତ ପରିସ୍ଥିତିରେ ମଧ୍ୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବୀୟ କାର୍ଯ୍ୟ ଯୋଗୁଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

- Advertisement -

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories