www.samajalive.in
Sunday, December 14, 2025
14.1 C
Bhubaneswar

ଏଣିକି ‘ଓଡ଼ିଶା ୱାନ୍‌’ରେ ବିଦ୍ୟୁତ୍‌ ବିଲ୍‌ ପୈଠ

ଭୁବନେଶ୍ୱର:ଓକାକ୍‌ ଓ ତିନିଟି ବିିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଏବଂ ସାଉଥକୋ ମଧ୍ୟରେ ‘ଓଡ଼ିଶା ୱାନ୍‌’ ୱେବ୍‌ ପୋର୍ଟାଲ୍‌ରେ ବିଦ୍ୟୁତ୍‌ ବିଲ୍‌ ପୈଠ ପାଇଁ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରାଯାଇଛି। www.odishaone.gov.in ଜରିଆରେ ଗ୍ରାହକ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରିବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗ୍ରୀଡିକୋର ଅଧ୍ୟକ୍ଷ ତଥା ତିନି ସଂସ୍ଥାର ପ୍ରଶାସକ ଡ.ସୌରଭ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ରଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଗ୍ରୀଡକୋ ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା କହିଥିଲେ ଯେ, ଗ୍ରାହକ ଓ ହିତାଧିକାରୀଙ୍କ ପାଇଁ ଏହା ସକାରାତ୍ମକ ପ୍ରୟାସ ସାବ୍ୟସ୍ତ ହେବ। ଗ୍ରାମାଞ୍ଚଳ ଗ୍ରାହକ ମଧ୍ୟ ପଞ୍ଚାୟତସ୍ତରରେ ୯୦୦୦ ‘ମୋ ସେବା କେନ୍ଦ୍ର’ରେ ଅନ୍‌ଲାଇନ୍‌ ବିଦ୍ୟୁତ୍‌ ବଲ୍‌ ପୈଠ ସେବା ପାଇବେ। ୱେବ୍‌ ପୋର୍ଟାଲ୍‌ରେ ବିଦ୍ୟୁତ୍‌ ବିଲ୍‌ ପୈଠ ସେବା ୭୫ଟି ଗ୍ରାହକ କେନ୍ଦ୍ରିକ ଇ-ସେବା ସମନ୍ବିତ କରାଯାଇଥିବା ମନୋଜ ମିଶ୍ର ଉଲ୍ଲେଖ କରିଥିଲେ। ଏହି ବ୍ୟବସ୍ଥାରେ ଦେୟ ପୈଠ କଲେ ଗ୍ରାହକ ୨% ରିଆତି ପାଇବେ। ତିନି ସଂସ୍ଥାର ପ୍ରଶାସକ ଡ.ସୌରଭ ଗର୍ଗ କହିଥିଲେ ଯେ, ସର୍ବନିମ୍ନ ମାନବସମ୍ବଳ ଉପଯୋଗରେ ୟୁଟିଲିଟିର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ। କାର୍ଯ୍ୟକ୍ରମକୁ ଗ୍ରୀଡକୋର ଅର୍ଥ ନିର୍ଦେଶକ ଗଗନବିହାରୀ ସ୍ବାଇଁ ସଂଯୋଜନା କରିଥିଲେ ଓ ମନୋଜ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories