www.samajalive.in
Sunday, December 14, 2025
19.1 C
Bhubaneswar

ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୮୭୦କୁ ବୃଦ୍ଧି

ଭୁବନେଶ୍ବର : ଗୁରୁବାର ରାଜ୍ୟରୁ ଆଉ ୪୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୮୭୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି ଅନୁଗୋଳରୁ ୪୮, ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧, ସୁନ୍ଦରଗଡ଼ରୁ  ୩୭, ମୟୂରଭଞ୍ଜରୁ ୩୫, କଟକ ଓ ନୂଆପଡାରୁ ୨୪ ଜଣ ଲେଖାଁଏ, ଜଗତସିଂହପୁରରୁ ୨୨, ଯାଜପୁର ଓ ପୁରୀରୁ ୧୯ ଜଣ ଲେଖାଁଏ ଓ ବାଲେଶ୍ବରରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି କେନ୍ଦୁଝର ଓ ସମ୍ବଲପୁରରୁ ୧୪ ଜଣ ଲେଖାଁଏ, କେନ୍ଦ୍ରାପଡାରୁ ୧୨, କୋରାପୁଟରୁ ୧୧, କଳାହାଣ୍ଡି ଓ ମାଲକାନଗିରିରୁ ୮ ଜଣ ଲେଖାଁଏ, ଭଦ୍ରକ, ଦେବଗଡ଼, ନବରଙ୍ଗପୁର ଓ ନୟାଗଡ଼ରୁ ୭ ଜଣ ଲେଖାଁଏ, ଗଞ୍ଜାମ ଓ ଝାରସୁଗୁଡାରୁ ୬ ଜଣ ଲେଖାଁଏ, ଢେଙ୍କାନାଳାରୁ ୫, ବରଗଡ଼ରୁ ୩, ବୌଦ୍ଧ, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳରୁ ଜଣେ  ଏବଂ ଷ୍ଟେଟ୍ ପୁଲରୁ ୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ  ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୮୭୦କୁ ବୃଦ୍ଧି ପାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories