www.samajalive.in
Tuesday, December 9, 2025
16.1 C
Bhubaneswar

ଅସହିଷ୍ଣୁତାର ଅନ୍ୟନାମ ’ମମତା ବାନାର୍ଜୀ’: ପଥର ମାଡ଼ ପରେ ଏମିତି କହିଲେ ବିଜେପି ଜାତୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତାଙ୍କର ଦୁଇ ଦିନିଆ ଗସ୍ତର ଦ୍ୱିତୀୟ ଦିନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି ଜେପି ନାଡା ଡ଼ାଇମଣ୍ଡ ହାର୍ବର ଅଞ୍ଚଳକୁ ଯିବାବେଳେ ପଥରମାଡ଼ର ଶିକାର ହୋଇଛନ୍ତି । ଏହି ପଥର ମାଡ଼ ଯୋଗୁଁ ତାଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଛି । ତେବେ ତାଙ୍କର କୌଣସି କ୍ଷତି ହୋଇନାହିଁ । ବିଜେପି ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ଜେପି ନଡ଼ାଙ୍କ ଉପରେ ହୋଇଥିବା ଏହି ଅକ୍ରମଣକୁ ନେଇ ବିଜେପି ମମତା ସରକାରଙ୍କୁ ଘେରିଛି ।

- Advertisement -

ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେପି ନଡ଼୍ଡ଼ା ପଶ୍ଚିମବଙ୍ଗର ତୃରମୂଳ ସରକାର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମମତା ବାନାର୍ଜୀ ହେଉଛନ୍ତି ଅସହିଷ୍ଣୁଦାର ଅନ୍ୟନାମ । ଏହି ଘଟଣା ବଙ୍ଗଳା ବିଷୟରେ ଯେଉଁ ଧାରଣା ଦେଶବ୍ୟାପୀ ସୃଷ୍ଟି କରିଛି ତାହା ଅଚିନ୍ତନୀୟ । ଏଥିରୁ ସ୍ପଷ୍ଟ ଯେ ବଙ୍ଗଳା ବିଶୃଙ୍ଖଳା, ଅସହିଷ୍ଣୁତାରେ ଭରପୁର । ଏଠାରେ ବିତର୍କର ଓ ଆଲୋଚନାର ସ୍ଥାନ ନାହିଁ । ଏବେ ବଙ୍ଗଳାରେ ମମତା ସରକାର ଯେଉଁଭଳି ଭାବରେ ରାଜନୈତିକ ପରିବେଶ ସୃଷ୍ଟି କରିଛନ୍ତି ତାହା ଅତ୍ୟନ୍ତ ମାରାତ୍ମକ।

ମମତା ବାନାର୍ଜୀଙ୍କୁ ନିଶାଣ  କରି ଜେପି ନାଡା ଆହୁରି କହିଛନ୍ତି, ‘ମୁଁ ମମତା ଜୀଙ୍କୁ କହିବାକୁ ଚାହେଁ ଯେ ଆମର ପ୍ରତ୍ୟେକ କର୍ମୀ ସମସ୍ତ ନିର୍ବାଚନମଣ୍ଡଳୀକୁ ଯାଇ ବିଜେପି ପାଇଁ କାମ କରିବେ। ଲୋକଙ୍କ ସହ ଭାବବିନିମୟ କରିବେ । ଆଉ ମମତାଜୀ ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଯେଉଁପରି ଶବ୍ଦ ବ୍ୟବହାର କରୁଛନ୍ତି ତାହା ତାଙ୍କୁ ଓ ତାଙ୍କ ଦଳର ମୁଖା ତ ଖୋଲି ଦେଇଛି, ଏହା ସହ ପଶ୍ଚିମବଙ୍ଗର କୋଟିକୋଟି ଲୋକଙ୍କୁ ଲଜ୍ଜିତ କରିଛି । ସମୟ ଆସିବ ଲୋକମାନେ ମମତାଙ୍କୁ ଦୁବଫୁଲକୁ ନମସ୍କାର କରି ପଦ୍ମ ଫୁଲ ଫୁଟାଇବେ । ଆମେ ଏଠାରେ ୨୦୦ରୁ ଅଧିକ ଆସନ ଜିତିବୁ ବୋଲି ଶ୍ରୀ ନଡ଼୍ଡ଼ା କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories