www.samajalive.in
Sunday, December 14, 2025
16.1 C
Bhubaneswar

କବୟତ୍ରୀ ଜେମାମଣି ବିଷୋୟୀଙ୍କ ‘ଲୋକଗୀତ’ ପୁସ୍ତକ ଲୋକାର୍ପିତ

ନବରଙ୍ଗପୁର: ନବରଙ୍ଗପୁରର ବିଶିଷ୍ଟ ଲେଖିକା ତଥା କବୟତ୍ରୀ ଜେମାମଣି ବିଷୋୟୀଙ୍କର ‘ଲୋକଗୀତ’ କବିତା ପୁସ୍ତକ ଲୋକାର୍ପିତ ହୋଇଛି। ସ୍ଥାନୀୟ କୁଞ୍ଜବିହାରୀ ପାଠାଗାରଠାରେ ପାଠାଗାର ତଥା ନିଗମାନନ୍ଦ ଆଶ୍ରମର ସଭାପତି ବରିଷ୍ଠ ସାହିତ୍ୟିକ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱ କରି ସ୍ୱାଗତ ଜଣାଇଥିଲେ। ନବରଙ୍ଗପୁର ଦେଶିଆଗୀତ ରଚନାର ଇତିହାସ ଘନବେହେରାଙ୍କର ପାପଡାହାଣ୍ଡି ଦେଶିଆଗୀତ ଓ ମଞ୍ଜୁଘୋଷ ତ୍ରିପାଠୀଙ୍କର ଚଇତି ପରବ ପୁସ୍ତକରୁ ବେଶ୍‍ ପ୍ରମାଣିତ ହୁଏ। ଜେମାମଣିଙ୍କର ୭ଟି ଲୋକଗୀତ ସମ୍ବଳିତ ପୁସ୍ତକକୁ ଦେଶିଆ ସଂସ୍କୃିତର ସପ୍ତପଦୀ ଭାବେ ଅଭିହିତ କରିଥିଲେ।

ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଯୋଗ ଦେଇ ଦେଶିଆ ଭାଷା ଲିଖିତ ସ୍ୱତନ୍ତ୍ର ଲିପି ନ ଥିବାରୁ ଦେଶିଆଲୋକ ସାହିତ୍ୟ ବର୍ତ୍ତମାନ ବିଲୁପ୍ତ ପଥରେ। ପୁସ୍ତକ ମାଧ୍ୟମରେ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଆଦିବାସୀ ଭାଷା, ସାହିତ୍ୟ ଓ ଅନୁବାଦ ଉପରେ ଅଧିକ ଲେଖା ଆବଶ୍ୟକ ରହିଛି। ଜେମାମଣି ମହିଳା ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଲେଖନୀ ଚାଳନା କରିଥାନ୍ତି। କିଛି କରିବା ଓ ସଚେତନ ଜାଗୃତି କରିବା ଉଦ୍ଦେଶ୍ୟରେ ଯେଉଁ ଲେଖା ସବୁ ଲେଖୁଛନ୍ତି ତାହା ସ୍ୱାଗତ ଯୋଗ୍ୟ। ଏହା ତାଙ୍କ ପାଇଁ ଆଶିର୍ବାଦ ହୋଇ ରହୁ ବୋଲି କହିଥିଲେ। ଲେଖକ ଓ ସାହିତ୍ୟଗବେଷକ ରଞନ ମହୁରିଆ ପୁସ୍ତକର ସମୀକ୍ଷା କରିଥିଲେ। ସେ ଆଦିବାସୀ ସଂସ୍କୃତି ସହ ପ୍ରତ୍ୟେକ ସଂପର୍କ ନଥିବା କେତେକ ତଥାକଥିତ ଲେଖକ ଆଦିବାସୀ ସାହିତ୍ୟକୁ ବିକୃତ ଭାବେ ପରିବେଷଣ କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ବେହେରା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଭଜନ ପରିବେଷଣ ହରିହର ନାୟକ, ପ୍ରଫୁଲ ପୁହାଣ ଓ ଶକୁନ୍ତଳା ବିଷୋୟୀ। କବୟିତ୍ରୀ ଜାହ୍ନବୀ ପଣ୍ଡା, ଡମ୍ବରୁଧର ପଟ୍ଟନାୟକ,ନଟ କୃଷ୍ଣ ବିଶ୍ୱାଳ,ରବିକାନ୍ତ ରଘୁରାମ, ରଞନ ମହୁରିଆ ଓ ସରୋଜ କୁମାର ତ୍ରିପାଠୀ କବିତାପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲାର ସାହିତ୍ୟ ଏକାଡେମୀ ସଦସ୍ୟ ଡମ୍ବରୁଧର ପଟ୍ଟନାୟକ ସମେତ ଜିଲାର ୫୦ରୁ ଉର୍ଦ୍ଧ କବି, ସାହିତ୍ୟିକ ଓ ଲେଖକମାନେ ଯୋଗ ଦେଇଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ଗୋପବନ୍ଧୁ ବିଷୋୟୀ, ଡଃ.ରାଧାନାଥ ବେହେରା, କୁମୁଦଚନ୍ଦ୍ର ପଟ୍ଟନାୟକ, ପର୍ଶୁରାମ ସାହୁ, ହରପ୍ରସାଦ ଦାସ, ଜଗଦିଶଚନ୍ଦ୍ର ତ୍ରିପାଠୀ, ଉମାଶଙ୍କର ତ୍ରିପାଠୀ, ଦାମୋଦର ବିଷୋୟୀ, ନିରଞନ ମିଶ୍ର, ସୁବାସ ଚନ୍ଦ୍ର ବିଷୋୟୀ, ଭବାନୀ ଚରଣ ବିଷୋୟୀ, ଦୁର୍ଗା ପ୍ରସାଦ ପ୍ରଧାନ ଓ ଭାରତୀ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories