www.samajalive.in
Monday, December 8, 2025
24.1 C
Bhubaneswar

ଉଚ୍ଚଶିକ୍ଷା ବିଭାଗର ଟାଳଟୁଳ ନୀତି, କାଉନସେଲିଂର ୨୦ ଦିନ ପରେ ମଧ୍ୟ ହେଲାନି ଇତିହାସ ଅଧ୍ୟାପକ ନିଯୁକ୍ତି

ଭୁବନେଶ୍ବର : ପ୍ରଥମ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ । ହେଲେ ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ମିଳିଛି। ଫଳରେ ନିଯୁକ୍ତି ଅପେକ୍ଷାରେ ଥିବା ଯୋଗ୍ୟ ପ୍ରାର୍ଥୀ ଓ ସେମାନଙ୍କ ପରିବାରବର୍ଗ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଇତିହାସ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ମିଳିଛି । ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ କହିବା ଅନୁସାରେ କାଉନସେଲିଂକୁ ୨୦ ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ନିଯୁକ୍ତିପତ୍ର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନି ।

ପୂର୍ବରୁ ନଭେମ୍ବର ୩୦ ଭିତରେ ନିଯୁକ୍ତି ମିଳିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କହିଥିଲେ । ହେଲେ ଏହି ସମୟ ମଧ୍ୟରେ ନିଯୁକ୍ତି ମିଳିଲାନି । ନିକଟରେ କାଉନସେଲିଂର ମାତ୍ର ୬ ଦିନ ପରେ ଓଡ଼ିଆ ଅଧ୍ୟାପକ ନିଯୁକ୍ତିପତ୍ର ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ୧୪ ଦିନ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲା । ହେଲେ ଇତିହାସ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଉଛି ।

- Advertisement -

ବିବରଣୀ ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି) ପକ୍ଷରୁ ୨୫ ଟି ବିଭାଗର ୮୩୩ ଅଧ୍ୟାପକ ନିଯୁକ୍ତି ପାଇଁ ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ୨୦୧୯ରେ ୬୩୦ ଓ ୨୦୨୦ରେ ୧୨୦ କୁ ମିଶାଇ ୭୫୦ ପଦବୀରେ ୨୪ ଟି ବିଭାଗର ଅଧ୍ୟାପକ ନିଯୁକ୍ତି ସରିଛି । ଇତିହାସ ଅଧ୍ୟାପକ ନିଯୁକ୍ତି ଶେଷ ହେଲେ ଏହି ପ୍ରକ୍ରିୟା ଶେଷ ହେବ । ମାତ୍ର ଇତିହାସ ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ହେଉଛି । ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନଥିବା ବେଳେ ନୂତନ ଭାବେ ୯୭୨ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସ୍ଏସବିକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟେ ନିଯୁକ୍ତି ପ୍ରକ୍ରିୟା ଶେଷ ନହେଉଣୁ ଆଉ ଏକ ପ୍ରକ୍ରିୟା ଆରମ୍ଭ କରିବା ହାସ୍ୟସ୍ପଦ ଘଟଣା ହୋଇଛି ।

ଇତିହାସ ଅଧ୍ୟାପକ ନିଯୁକ୍ତି ମାମଲା ଦୀର୍ଘ ଦିନ ହେବ ଅଦାଲତରେ ବିଚାରାଧୀନ ଥିଲା ଓ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ସପକ୍ଷରେ ରାୟ ଆସିବା ପରେ ନିଯୁକ୍ତି ନେଇ ଆଶା ସଞ୍ଚାର ହୋଇଥିଲା । ମାତ୍ର ଏଥିରେ ବିଳମ୍ବ ଯୋଗ୍ୟ ବିବେଚିତ ପାର୍ଥୀଙ୍କୁ ବିଚଳିତ କରିଛି । କୋର୍ଟ ରାୟ ଅନୁସାରେ ଇତିହାସ ଓ ଓଡ଼ିଆ ବିଭାଗର ଚୂଡାନ୍ତ ଫଳ ପ୍ରକାଶ କରାଯାଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ନଭେମ୍ବର ୩୦ ମଧ୍ୟରେ ଉଭୟ ଓଡିଆ ଓ ଇତିହାସ ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧିକାରୀ କହିଥିଲେ । ଇତି ମଧ୍ୟରେ ଓଡ଼ିଆ ବିଭାଗର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । କିନ୍ତୁ ଇତିହାସ ଅଧ୍ୟାପକ ନିଯୁକ୍ତି ନେଇ କିଛି ସୂଚନା ମିଳି ପାରିନାହିଁ। ଫଳ ପ୍ରକାଶ ପାଇବାର ଦେଢ ମାସ ପରେ ବି ନିଯୁକ୍ତି କେବେ ମିଳିବ ଉଚ୍ଚଶିକ୍ଷା ବିଭାଗର ଅଧ୍ୟକ୍ଷ କି ସଚିବ କିଛି କହୁନାହାନ୍ତି । ପଚାରିଲେ ଉତ୍ତର ମିଲୁଛି କାମ ଚାଲିଛି । ମାତ୍ର କି କାମ ଚାଲିଛି ଯେ ମାସେ ହେବ ସରୁନାହିଁ ବୋଲି ଆଶାୟୀ ମାନେ ପ୍ରଶ୍ନ କରିଛନ୍ତି। ଏହାସହ ଯଦି ପୂର୍ବରୁ ମାତ୍ର ୧୫ ଦିନ ମଧ୍ୟରେ ୬୦୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ନିଯୁକ୍ତି ମିଳିପାରିଲା ତେବେ ୮୧ ପିଲାଙ୍କୁ ନିଯୁକ୍ତି ଦେବାରେ ଏତେ ସମୟ କାହିଁକି ଲାଗୁଛି ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଖୋଦ ଇତିହାସ ଛାତ୍ର ହୋଇଥିବା ବେଳେ କିପରି ସେହି ବିଭାଗକୁ ଅବହେଳା କରାଯାଉଛି ତାହା ପ୍ରତି ଦୃଷ୍ଟିପାତ କରିବାକୁ ଆଶାୟୀମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ନିଯୁକ୍ତି ନମିଳିଲେ ପୁନର୍ବାର କୋର୍ଟଙ୍କ ଦ୍ବାରସ୍ଥ ହେବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବୁ ବୋଲି ଆଶାୟୀମାନେ କହିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories