www.samajalive.in
Monday, December 8, 2025
24.1 C
Bhubaneswar

ଅନ୍ ଲାଇନ ପାଠ: ନେଟୱାର୍କ ଖୋଜିଖୋଜି ପାହାଡ଼ ଚଢ଼ୁଛନ୍ତି ପିଲା, ମୁଣ୍ଡିଆ ଉପରେ ଦେଉଛନ୍ତି ପରୀକ୍ଷା

ଫୁଲବାଣୀ : କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବିଦ୍ୟାର୍ଥୀ। ଗତ ମାର୍ଚ୍ଚ ମାସରୁ ଶ୍ରେଣୀ ଶିକ୍ଷାଦାନ ବନ୍ଦ ହୋଇଯିବା ପରେ ମେ ମାସରୁ ଅନଲାଇନ୍‍ ପାଠ ପଢ଼ା ଆରମ୍ଭ ହୋଇଛି। କନ୍ଧମାଳ ଜିଲାର ଆଦିବାସୀ ଅଧ୍ୟୁଷିତ ଦାରିଙ୍ଗବାଡ଼ି ଅଞ୍ଚଳରେ ଦେଖିବାକୁ ମିଳିଛି ଅନଲାଇନ ପାଠପଢାର ବିକଳ ଚିତ୍ର। ବ୍ଲକରେ ୨୫ଟି ପଞ୍ଚାୟତ ମଧ୍ୟରୁ ୧୦ଟିରେ କୌଣସି ପ୍ରକାର ନେଟୱାର୍କ ସେବା ନାହିଁ। କାଟିଙ୍ଗିଆ ,ତିଲୋରୀ ଆଦି ପଞ୍ଚାୟତରେ ମୋବାଇଲ ସେବା ଥିଲେ ସୁଦ୍ଧା ନଥିବା ଭଳି। ଏଭଳି ସ୍ଥିତିରେ ଦାରିଙ୍ଗବାଡ଼ି ବ୍ଲକରେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା କିଭଳି ଚାଲିଛି ତାହା ସହଜେ ଅନୁମେୟ। ଦାରିଙ୍ଗବାଡ଼ି ଏମିତି ଏକ ବ୍ଲକ ଯେଉଁଠି ପତ୍ର ହଲିବା ମାତ୍ରେ ବିଜୁଳି ଗାଏବ ହେଇଯାଉଛି।

ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଦ୍ୟୁତ ଓ ମୋବାଇଲ ସେବାପ୍ରଦାନକାରୀ କମ୍ପାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ନେଟୱାର୍କ ନଥିବା ଅଞ୍ଚଳର ଘଞ୍ଚ ଜଙ୍ଗଲଘେରା ପାହାଡ଼ ଉପରେ ଛାତ୍ରଛାତ୍ରୀ ପାଠପଡୁଛନ୍ତି। ଏ​‌େ​ବ ପାହାଡ ଉପରକୁ ଯାଇ ଅନଲାଇନ ପରୀକ୍ଷା ଦେଉଛନ୍ତି। ଦାରିଙ୍ଗବାଡ଼ି ବ୍ଲକର ସରାମୂଳୀ ପଞ୍ଚାୟତ ସିଞ୍ଜାକୁଟୀ ଗ୍ରାମରେ ବିଦ୍ୟୁତ କିମ୍ବା କୌଣସି ମୋବଇଲ ସେବା ଉପଲବ୍ଧ ନାହିଁ। ଏହି ଅଞ୍ଚଳର ଛାତ୍ରଛାତ୍ରୀ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କରୋନା କଟକଣା କାରଣରୁ ବିଦ୍ୟାର୍ଥୀମାନେ ନିଜ ନିଜ ଘରେ ରହି ଅନଲାଇନରେ ପାଠ ପଢିବା ସହ ପରୀକ୍ଷା ମଧ୍ୟ ଦେଉଛନ୍ତି। ଦୁର୍ଗମ ସିଞ୍ଜାକୁଟୀ ଗ୍ରାମର ଛାତ୍ରଛାତ୍ରୀ ଅନଲାଇନ କ୍ଲାସ ପାଇଁ ନେଟୱାର୍କ ସଂଯୋଗ ହୋଇପାରୁଥିବା ପାହାଡ଼ ପର୍ବତ ଘୁରି ବୁଲୁଛନ୍ତି।

- Advertisement -

ଭୁବନେଶ୍ୱରସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁକ୍ତ ୩ର ୨ୟ ବର୍ଷର ୪ର୍ଥ ସେମିଷ୍ଟାର ଛାତ୍ର ମାୟବ ମଲ୍ଲିକ ଏବଂ ଯୁକ୍ତ ୩ କଳାର ୨ୟ ବର୍ଷର ୪ର୍ଥ ସେମିଷ୍ଟାର ଛାତ୍ରୀ ସୁନେଲୀ ମଲ୍ଲିକ ଅନଲାଇନରେ ସେମାନଙ୍କ ପରୀକ୍ଷା ପାହାଡ ଚଢି ଦେଇଛନ୍ତି। ସେମାନେ ରାଜ୍ୟର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ହେଲେ ଅନଲାଇନରେ ପାଠପଢା ଓ ପରୀକ୍ଷା ଦେବାକୁ ଗ୍ରାମରେ କୌଣସି ସୁବିଧା ନଥିବାରୁ କଷ୍ଟ ଭୋଗୁଛନ୍ତି ବୋଲି ବହୁ ବିଦ୍ୟାର୍ଥୀ ପ୍ରକାଶ କରିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories