www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ମଙ୍ଗଳବାର ଦେଖାଯାଇଛି।
ରାଉରକେଲା , କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାଉରକେଲାରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ ଦଳ., ଗାଙ୍ଗପୁର ମଜ଼ଦୂର ମଞ୍ଚ., ସିଆଇଟିୟୁ., ରାଷ୍ଟ୍ରୀୟ ମଜ଼ଦୁର କଂଗ୍ରେସ ଆଦି ସଂଗଠନ ପକ୍ଷରୁ ବିଶ୍ରା ଛକ, ପାନପୋଷ ଛକରେ ରାସ୍ତା ଅବରୋଧ ଓ ପିକେଟିଂ କରାଯାଇଛି। ପରିବହନ ଠାରୁ ବିଭିନ୍ନ ବ୍ୟବସ୍ଥା ପ୍ରଭାବିତ ହୋଇଛି।
ବରଗଡ଼ , ବରଗଡ଼ରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପି କୃଷକ ଆନ୍ଦୋଳନ ଓ ଭାରତ ବନ୍ଦ କୁ ସମର୍ଥନ ଜଣାଇ ଆଜି ଭୋରରୁ ବରଗଡ଼ ରାଜରାସ୍ତାରେ ନିଆଁ ଜଳାଇ ବରଗଡ଼ର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।
ପୁରୀ ,ପୁରୀ ଜିଲା ଅନ୍ତର୍ଗତ ପିପିଲିର ସାତଶଙ୍ଖ ଠାରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନକାରୀମାନେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ।

ବାଲେଶ୍ବର, ବାଲେଶ୍ବର ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହୋଇଛି।
ମୟୁରଭଞ୍ଜ, ମୟୁରଭଞ୍ଜ ଜିଲା ସଦର ମହକୁମା ବାରିପଦା ଠାରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହୋଇଛି।

ଝାରସୁଗୁଡା , ଝାରସୁଗୁଡା ଜିଲା ପ୍ରସନ୍ନା ପଣ୍ଡା ଛକରେ ମିଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି।

ନବରଙ୍ଗପୁର , ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

କେନ୍ଦୁଝର , କେନ୍ଦୁଝରର ଗାନ୍ଧୀଛକରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories