www.samajalive.in
Sunday, December 7, 2025
23.1 C
Bhubaneswar

ବାରବାଙ୍କ ଜଙ୍ଗଲରେ ୩୧ ଘରିଆ ହାତୀ ପଲ: ପନିପରିବା ଖାଇଲେ, ଧାନ ଫସଲ ନଷ୍ଟ କଲେ

ପାଟଣା: ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅଧୀନ ସାନ୍ତରାପୁର ପଂଚାୟତ ଏବଂ ପଇଦା ପାଟଣା ପଂଚାୟତ ଆଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବାରବାଙ୍କ ଜଙ୍ଗଲରୁ ୩୧ ଘରିଆ ବଣୁଆ ହାତୀପଲ ପଶି ଆସି ପନିପରିବା ଓ ଧାନ ଫସଲ କ୍ଷୟକ୍ଷତି କରିଥିବାର ଦେଖାଯାଇଛି ।

ସୂଚନା ଅନୁଯାୟୀ, ଗତ ମଧ୍ୟ ରାତ୍ରୀ ସମୟରେ ପଇଦା ପାଟଣା ପଂଚାୟତର ନୁସୁରୀପଶି ଗ୍ରାମ ଦେଇ ଏକ ୧୧ ଘରିଆ ହାତୀପଲ ନୁସୁରିପସି ଗ୍ରାମର ହରିହର ମହାନ୍ତଙ୍କ ଏକ ଏକରରୁ ଉର୍ଦ୍ଧ୍ବ ଜାଗାରେ ହୋଇଥିବା କୋବି, ବିଲାତି, ମଟର ଆଦି ହୋଇଥିବା ପରିବା କ୍ଷେତକୁ ପଶି ଖାଇବା ସହ ବ୍ୟାପକ ପରିମାଣରେ ନଷ୍ଟ କରି ଦେଇଛନ୍ତି। ଏହା ସହିତ ସାନ୍ତରାପୁର ଟେଣ୍ଟେଇ ଟାଙ୍ଗର ସାହିର ଆନନ୍ଦ ମହାନ୍ତଙ୍କର କୋବି ବଗିଚା ଏବଂ ଦୋଳଗୋବିନ୍ଦ ମହାନ୍ତଙ୍କ ଧାନ ବିଡା ଖାଇ ଦେଇଛନ୍ତି । ଅନ୍ୟପଟେ ଅନ୍ୟ ଏକ ୨୦ ଘରିଆ ହାତୀ ପଲ ସାନ୍ତରାପୁର ଛତିଆ ଗ୍ରାମରେ ପଶି ସ୍ଥାନୀୟ ସରପଞ୍ଚ ଅନାଦି ସିଂଙ୍କ ୪୦ ଡେସିମିଲର ଧାନ କିଆରୀ ମାଡ଼ି ମକଚି ନଷ୍ଟ କରିଦେଇଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଫରେଷ୍ଟ ଗାର୍ଡ ଯୋଗେଶ୍ଵର ମାଝୀ, ଯୋଗେଶ୍ଵର ନାଏକ ଏବଂ ଅନ୍ୟ କର୍ମଚାରୀମାନେ ମିଶି ହାତୀପଲଙ୍କୁ ଘଉଡ଼ାଇ ଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories