‘ଓଆରଓପି’ ୫ ବର୍ଷରେ ଥରେ ପେନ୍‍ସନ୍‍ ସଂଶୋଧନ ପାଇଁ କେନ୍ଦ୍ରର ନିଷ୍ପତ୍ତି

0

ନୂଆଦିଲ୍ଲୀ : ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ‘ଗୋଟିଏ ପଦବୀ ଗୋଟିଏ ପେନ୍‍ସନ୍‍’(ଓଆରଓପି) ଯୋଜନା କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟରେ ଜଣାଇଛନ୍ତି। ବର୍ତ୍ତମାନର ୫ ବର୍ଷରେ ଥରେ ପେନ୍‍ସନ୍‍ ସଂଶୋଧନ ନୀତି ପରିବର୍ତ୍ତେ ପ୍ରତିବର୍ଷ ପେନ୍‍ସନ୍‍ ସଂଶୋଧନ ପାଇଁ କରାଯାଇଥିବା ଆବେଦନଗୁଡ଼ିକୁ ରଦ୍ଦ କରିବାକୁ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଅତିରିକ୍ତ ସଲିସିଟର ଜେନେରାଲ ମନୀନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। ବ୍ୟାପକ ବିଚାର ବିମର୍ଷ ପରେ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛ ବୋଲି ନ୍ୟାୟିକ ଅଧିକାରୀ କହିଛନ୍ତି। ଏହାପରେ ଅଦାଲତ କୌଣସି ହସ୍ତକ୍ଷେପ ନେଲେ ରାଜକୋଷ ଉପରେ ଅଧିକ ବୋଝ ପଡ଼ିବ ବୋଲି ସେ କହିଛନ୍ତି। ମାମଲାର ଚୂଡ଼ାନ୍ତ ଫଇସଲା ପାଇଁ ଅଦାଲତ ୪ ସପ୍ତାହ ପରେ ବିଚାର ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

Leave A Reply