www.samajalive.in
Sunday, December 7, 2025
23.1 C
Bhubaneswar

ବାପାଙ୍କ ମୃତ୍ୟୁର ୭ବର୍ଷ ବିତିଗଲା; ପୁନଃ ଥଇଥାନରେ ଚାକିରୀ ମିଳିବା ବିଳମ୍ବ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଧିନସ୍ଥ ପୋଡାଗଡ଼ ଡିଭିଜନରେ ସୁଇପର ଭାବେ କାର୍ୟ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ପଞ୍ଚମ ଝିଅ ପୁନଃ ଥଇଥାନ ସ୍କିମରେ ଗତ ୭ ବର୍ଷ ହେଲା ଆବେଦନ କରି କାର୍ୟ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଯାଇଥିବା ବେଳେ ଆଜି ପର୍ୟ୍ୟନ୍ତ ତାଙ୍କୁ ପୁନଃ ଥଇଥାନ କରାଯାଇନାହିଁ । ବିଧବା ମା ଓ ଝିଅ ଚାକିରୀ ମିଳିବା ଆଶାରେ ବସି ରହିଛନ୍ତି। ଚାକିରୀ ଦେବାରେ ବିଳମ୍ବ ଯୋଗୁଁ ମୁଖମନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ କଲେ ଅଭିଯୋଗ କାରିଣୀ ।

ସୂଚନା ମୁତାବକ, ଇନ୍ଦ୍ରାବତୀ ପ୍ରଜେକ୍ଟର ପୋଡାଗଡ଼ ଡେମ ଡିଭିଜନରେ ବାଗିଜାନୀ ୧୯୮୭ ମସିହାରେ ସୁଇପର ଭାବେ ନିଯୁକ୍ତି ହୋଇ କାର୍ୟ୍ୟ ତୁଲାଇ ଆସୁଥିଲେ । କାର୍ୟ୍ୟ କରୁଥିବା ସମୟରେ ୨୦୧୩ ମସିହାରେ ବାଗିଙ୍କର ଦେହାନ୍ତ ହୋଇଥିଲା । ବାଗିଙ୍କର ପରିବାରରେ ନିଜ ସ୍ତ୍ରୀ ଏବଂ ୫ଟି ଝିଅ ବାପାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଘର ଚଳାଇବା କଷ୍ଟ ହୋଇ ପଡିଥିଲା। ପେନସନ ଟଙ୍କା ମିଳିବା ପରେ କିଛିଟା ଅଶ୍ଵସ୍ତି ପାଇଥିଲେ ପରିବାର ଲୋକେ। ୫ଜଣ ଝିଅଙ୍କ ମଧ୍ୟରୁ ୪ଜଣଙ୍କ ବାହାଘର ହୋଇଯାଇଥିବା ଯୋଗୁଁ ୫ମ ଝିଅ କଲମ ଦେଇ ଯାନୀ ବାପାଙ୍କ ଚାକିରୀରେ ପୁନଃ ଥଇଥାନ କରିବା ପାଇଁ ୨ ତାରିଖ ଡିସେମ୍ବର ୨୦୧୩ରେ ଆବେଦନ କରିଥିଲେ। ଆବେଦନ କରିବାର ୩/୪ ବର୍ଷ ପରେ ବି ବିଭାଗ ତରଫରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ପୁନଃ ଥଇଥାନ ପାଇଁ ବହୁ ଆଗରୁ ଆବେଦନ କରିଥିବା ଅନ୍ୟ ଜଣେ ଆବେଦନକାରୀ ଆଦିତ୍ୟ କୁମାର ନାୟକ ଏ ନେଇ ଜଳ ସମ୍ପଦ ବିଭାଗ ଶାସନ ସଚିବଙ୍କୁ ଜଣେଇବା ପରେ ମୁଖ୍ୟ ଶାସନ ସଚିବ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ୟ୍ୟାଳୟକୁ ପୁନଃ ଥଇଥାନ ପାଇଁ କେତେଜଣ ଆବେଦନ କରିଛନ୍ତି ତାହାର ତାଲିକା ମାଗିଥିଲେ। ଏହାପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ୟ୍ୟାଳୟ ତରଫରୁ ଆବେଦନ କରିଥିବା ୧୧ ଜଣଙ୍କ ମଧ୍ୟରୁ ୫ ଜଣକ କାଗଜ ପତ୍ର ଠିକ ଥିବା ଦର୍ଶାଇ ଗତ ୪ତାରିଖ ଅଗଷ୍ଟ ମାସ ୨୦୨୦ରେ ବିଭାଗୀୟ ମୁଖ୍ୟ କାର୍ୟ୍ୟାଳୟକୁ ପଠାଇଥିଲେ। ସେହି ତାଲିକାରେ ୫ମ ସ୍ଥାନରେ କଲମ ଦେଇଙ୍କ ନାମ ଥିଲା। ତାଲିକା ପଠାଇବା ପରେ ମଧ୍ୟ ଭୁବନେଶ୍ୱର ମୁଖ୍ୟ କାର୍ୟ୍ୟାଳୟ ତରଫରୁ କୌଣସି ସୂଚନା ନ ମିଳିବାରୁ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରେ ଏନେଇ କଲମ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ କରିଛନ୍ତି। ବାକି ରହିଲା ଚାକିରୀ କେବେ ମିଳିବ ବୋଲି ବିଧବା ମା ଏବଂ ଝିଅ ଅପେକ୍ଷା କରି ବସିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories