www.samajalive.in
Sunday, December 7, 2025
13.1 C
Bhubaneswar

‘ପରୀ’ଆତ୍ମାର ସଦ୍‌ଗତି ଓ ନ୍ୟାୟ ପାଇଁ ଦୀପଦାନ

ବୋଲଗଡ଼ : ସାରା ରାଜ୍ୟରେ କୁନି ଝିଅ ‘ପରୀ’ର ହତ୍ୟାକୁ ନେଇ ତାତି ତଥା ଚର୍ଚ୍ଚା ଜୋର ଧରିଛି। ଏପରିକି ପରୀ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଖୁବ୍ ସରଗରମ ବିତର୍କ ହୋଇସାରିଛି। ମାତ୍ର ଗୋଟିଏ ନିରୀହ, ନିଷ୍ପାପ ଜୀବନ ଅକାଳରେ ଝଡି ପଡିଥିବା ହେତୁ ରାଜ୍ୟର ଆବାଳ ବୃଦ୍ଧବନିତା ସମସ୍ତଙ୍କ ମନରେ ଏକ ସ୍ପର୍ଶକାତର ଘଟଣା ରୂପେ ଆନ୍ଦୋଳିତ ହୋଇଛି। ଏହି ପରୀପ୍ରେକ୍ଷୀରେ ବୋଲଗଡ ବରିଷ୍ଠ ନାଗରିକ ମଞ୍ଚ ଓ ଯୁବସମାଜ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥଙ୍କ ମନ୍ଦିରରେ ପରୀ ଅମର ଆତ୍ମାର ସଦ୍‌ଗତି ଓ ହତ୍ୟାର ନ୍ୟାୟ ପାଇଁ ଏକ ସମୂହ ଦୀପ ଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଅର୍ନ୍ତଯ୍ୟାମୀ ଜେନା, ସତ୍ୟନାରାୟଣ ଦାସ, ପ୍ରଫୁଲ କୁମାର ସିଂହ, ଯୁବସମାଜସେବୀ ମୁକେଶ ସାମନ୍ତରାୟ, ସିପ୍ରତ କୁମାର ସାହୁ, ଅମ୍ଳାନଜ୍ୟୋତି ସାହୁ, ରାଜେନ୍ଦ୍ର କୁମାର ରାମ, ସୁଧାଂଶୁ ପ୍ରସାଦ ପାଲ, ବିଶ୍ୱଭୂଷଣ ମହାପାତ୍ର, ଦିଲ୍ଲୀପ କୁମାର ଚଉଧୁରୀ ପ୍ରମୁଖ ଦୀପଦାନ କରିଥିଲେ। ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ତଥା ନ୍ୟାୟ ପାଇଁ ସୋସିଆଲ ମିଡିଆ କ୍ୟାମ୍ପେନ ମାଧ୍ୟମରେ ଜଣାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories