www.samajalive.in
Saturday, December 6, 2025
17.1 C
Bhubaneswar

ହତ୍ୟା ପୂର୍ବରୁ ‘ପରୀ’କୁ ଦୁଷ୍କର୍ମ କରାଯାଇଛି ! ଅଭିଯୁକ୍ତ ଚିହ୍ନଟ

କଟକ: ନୟାଗଡ଼ ଜିଲା ଯଦୁପୁରର କୁନି ଝିଅ ‘ପରୀ’କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି। ପରୀ ପୋଷାକରୁ ଏ ସମ୍ପର୍କରେ ପ୍ରମାଣ ମିଳିଛି। ପୋଷାକରେ ସିମେନ୍‌ର ଦାଗ ରହିଥିବା ସୂଚନା ମିଳିଛି। ବୁଧବାର କ୍ରାଇମବ୍ରାଞ୍ଚ ଏସଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପଟେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମଧ୍ୟ ସୂଚନା ଆସିଛି। ଅଭିଯୁକ୍ତକୁ ଏସଆଇଟି ଚିହ୍ନଟ କରିଥିବା ଏବଂ ଜଣକ ଯଦୁପୁର ଗ୍ରାମର ବୋଲି କୁହାଯାଉଛି।

- Advertisement -

ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏକ ବନ୍ଦ ଲଫାପା ଭିତରେ ସତ୍ୟପାଠ ଦାଖଲ କରାଯାଇଛି। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ରେ ‘ପରୀ’ର ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା। ଏହା ପୂର୍ବରୁ ପରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ଅଭିଯୋଗକୁ ଗୁରୁତ୍ଵ ଦେଇ ନ ଥିଲା। ଏପରି କି ପରୀର ମୃତଦେହ ମିଳିବା ପରେ ବି ପୁଲିସ ମାମଲାର ଅଭିଯୁକ୍ତମାନଙ୍କୁ ଧରିବାକୁ କୌଣସି ପଦକ୍ଷେପ ନେଇ ନ ଥିଲା। ନିକଟରେ ପରୀର ମା’ବାପା ଭୁବନେଶ୍ଵର ଆସି ଆତ୍ମାହୁତି ଉଦ୍ୟମ କରିବା ପରେ ମାମଲା ଲୋକଲୋଚନକୁ ଆସିଥିଲା। ଏବେ ପରୀକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିବା ପରେ ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରୁ ପରୀ ହତ୍ୟା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହିତ ପରୀକୁ ନ୍ୟାୟ ଦେବା ଲାଗି ବିଜେପି ପଦଯାତ୍ରା ଆରମ୍ଭ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories