www.samajalive.in
Monday, December 15, 2025
27.1 C
Bhubaneswar

ଭାରତ ମହାସାଗରରେ ବଢ଼ୁଛି ଚୀନ ଜାହାଜ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ ଗୁଇନ୍ଦା ଜାହାଜ ଓ ଯୁଦ୍ଧ ଜାହାଜର ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଏଥିସହିତ ମାଛଧରିବା ଆଳରେ ମଧ୍ୟ ବହୁ ସଂଖ୍ୟକ ଜାହାଜ ଭାରତ ମହାସାଗରରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ପାକିସ୍ତାନକୁ ଯା’ଆସ କରୁଛନ୍ତି। ଗବେଷଣା ନାମରେ ମଧ୍ୟ କେତେକ ଜାହାଜ ଏହି ଜଳରାଶିରେ ନିୟମିତ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ସମ୍ପ୍ରତି ଏଭଳି ତିନିଟି ଜାହାଜ ବିଚରଣ କରୁଥିବା ଜଣାପଡ଼ିଛି। ପାକିସ୍ତାନକୁ ପ୍ରତି ବର୍ଷ ଶହେରୁ ଅଧିକ ଜାହାଜ ଭାରତ ମହାସାଗର ଦେଇ ଯାତ୍ରା କରୁଥିବାବେଳେ ଏହି ସଂଖ୍ୟା ଏବେ ୩୦୦ରୁ ୪୫୦ରେ ପହଞ୍ଚିଥିବା ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ସମ୍ପୂର୍ଣ୍ଣ ବେଆଇନ ଭାବେ ଚଳାଚଳ କରୁଥିବାବେଳେ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସୂଚନା ମିଳିଛି। ଗତ ଚାରି ବର୍ଷ ମଧ୍ୟରେ ଏଭଳି ଜାହାଜ ସଂଖ୍ୟା ବୃଦ୍ଧି ପାଇଥିବା ପ୍ରକାଶ। ଆରବସାଗରରେ ମାଛଧରା ବନ୍ଦ ହେବା ପରେ ଏଗୁଡ଼ିକ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତ ମହାସାଗରକୁ ଚାଲିଆସୁଛନ୍ତି। ଚୀନ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସଂଖ୍ୟାଧିକ ଜାହାଜ ହିଁ ଚିନ୍ତାର କାରଣ ହୋଇଛି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories