www.samajalive.in
Monday, December 15, 2025
27.1 C
Bhubaneswar

ସ୍ମାର୍ଟସିଟିରେ ସବୁଜ ପାଠଶାଳା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ରାଜଧାନୀରେ ସମସ୍ତ ପାଠାଗାର ବନ୍ଦ ରହିଛି। ଗୋଟିଏ ପଟେ ପାଠାଗାର ଫାଟକରେ ତାଲା ଝୁଲୁଥିବା ବେଳେ ଅନ୍ୟପଟେ ରାଜଧାନୀ‌େ‌ର ଗଢ଼ି ଉଠିଛି ସବୁଜପାଠଶାଳା। ଛାତ୍ରଛାତ୍ରୀ ସବୁଜ ପରିବେଶରେ ପାଠ ପଢ଼ିବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି। କରୋନା କଟକଣା ଏବଂ ମାସ୍କ ପରିଧାନ କରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏଭଳି ସ୍ଥିତିରେ ପଢୁଥିବା ଦେଖିବାକୁ ମିଳିଛି।  ସରକାର କରୋନା କଟକଣାରେ ପରୀକ୍ଷା ପାଇଁ ଅନୁମତି ଦେଉଛନ୍ତି ହେଲେ  ପଢ଼ିବା ପାଇଁ ପାଠାଗାର ବନ୍ଦ ରଖିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବାଧ୍ୟ ହୋଇ ବିଭିନ୍ନ ପାର୍କରେ ପରୀକ୍ଷା ପାଇଁ ପ୍ରସ୍ତୁତି  କରୁଛନ୍ତି।

ଛାତ୍ରଛାତ୍ରୀ ରହୁଥିବା ମେସ୍‌ ହେଉ କି ହଷ୍ଟେଲରେ ପଢ଼ିବା ପାଇଁ ଶାନ୍ତ ପରିବେଶ ମିଳୁନାହିଁ। ଦୁଇରୁ ଅଧିକ ପିଲା ଏକାଠି ରହୁଥିବାରୁ ପଢ଼ିବା ସମ୍ଭବ ହେଉନାହିଁ। ପାଠାଗାର ଦୀର୍ଘ ୮ ମାସ ହେବ ବନ୍ଦ ରହିଛି। ସେଥିପାଇଁ  ଛାତ୍ରଛାତ୍ରୀ ବାଧ୍ୟ ହୋଇ ପାର୍କ ପରିବେଶରେ  ପଢ଼ିବାକୁ ଆସୁଛନ୍ତି। ପାଠାଗାର ଖୋଲି ନଥିବାରୁ ବହି ଠିକ୍‌ ଭାବେ ମିଳିପାରୁ ନାହିଁ।  ସବୁଜ ପରିବେଶରେ  ଛାତ୍ରଛାତ୍ରୀ ବ୍ୟାଙ୍କିଙ୍ଗ, ରେଲୱେ, ପୁଲିସ,  ସିଭିଲ୍‌ ସର୍ଭିସ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।  ଜଣେ କି ଦୁଇ ଜଣ ନୁହେଁ ବରଂ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାର୍କରେ  ପଢ଼ୁଥିବା ଦେଖିବାକୁ ମିଳିଛି। ସରକାର ସମସ୍ତ ମଲ୍‌, ବଜାର ଆଦି କରୋନା କଟକଣାରେ ଖୋଲିଦେଇଛନ୍ତି। ସେହିପରି ପାଠାଗାର ଖୋଲିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ବହୁ ଛାତ୍ରଛାତ୍ରୀ କହିଛନ୍ତି।

- Advertisement -

ସୁଶୀଲ ବାହାଲିକ(ଛାତ୍ର): କରୋନା ଯୋଗୁଁ ପାର୍କରେ ବସି ପଢ଼ିବାର ସୁଯୋଗ ମିଳିଛି। ଏଠାରେ  ପଢ଼ିବାକୁ ଭଲ ଲାଗୁଛି।  ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କରିବାକୁ ସୁବିଧା ହେଉଛି। ଶୀତ ବଢ଼ିଲାଣି, ବାହାରେ ବସି ପଢ଼ିବା ସମ୍ଭବ ହେଉନାହିଁ। ଲାଇବ୍ରେରି ଖୋଲିଲେ ସୁବିଧାରେ ବସି ପଢ଼ିପାରନ୍ତୁ।

ବିଶ୍ବଜିତ ମହାନ୍ତି(ଛାତ୍ର): ଘରର ପାରିବାରିକ ସ୍ଥିତି ଭଲ ନାହିଁ। ସରକାରୀ ଚାକିରି କରିବା ପାଇଁ ରାଜଧାନୀକୁ ଆସିଛୁ। କରୋନା ଯୋଗୁଁ ଲାଇବ୍ରେରି ବନ୍ଦ ଥିବାରୁ ଏଠାରେ ପଢ଼ିବାକୁ ପଢ଼ିଛି। ସମସ୍ତପ୍ରକାର ବହି କିଣି ପଢ଼ିବା ସମ୍ଭବ ହେଉନାହିଁ। ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ଲାଇବ୍ରେରି ଖୋଲିବାକୁ ଅନୁମତି ଦେଲେ ବହୁ ପିଲା ଉପକୃତ ହୁଅନ୍ତେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories