www.samajalive.in
Monday, December 15, 2025
16.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଈଶାନ୍ତ ବାଦ୍;‌ ଡିସେମ୍ବର ୧୧ରେ ରୋହିତଙ୍କ ସଂପର୍କରେ ନିଷ୍ପତ୍ତି

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା। ଟେଷ୍ଟ ସିରିଜ୍‌ ଖେଳିବା ନିମନ୍ତେ ମ୍ୟାଚ୍‌ ଫିଟନେସ୍‌ ହାସଲ କରିପାରିନଥିବାରୁ ଈଶାନ୍ତଙ୍କୁ ଟେଷ୍ଟ ସିରିଜରୁ ବାଦ୍‌ ଦିଆଯାଇଥିବା ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଈଶାନ୍ତ ଓ ରୋହିତଙ୍କ ଫିଟନେସ୍‌ ସଂପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମତ ଦେବା ପରେ ବିସିସିଆଇ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଥିବା କୁହାଯାଉଛି।
ସେହିପରି ବରିଷ୍ଠ ବ୍ୟାଟସମ୍ୟାନ୍ ରୋହିତ ଟେଷ୍ଟ ସିରିଜ୍‌ରେ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ କି ନାହିଁ ସେ ସଂପର୍କରେ ଡିସେମ୍ବର ୧୧ରେ ନିଷ୍ପତ୍ତି ନିଆଯିବ। ସୂଚନାଥାଉକି ଆଇପିଏଲ୍‌ରେ ଖେଳିବା ସମୟରେ ଜଂଘ ମାଂସପେଶୀରେ ଆଘାତଜନିତ କାରଣରୁ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ନ ଯାଇ ସ୍ବଦେଶ ଫେରି ରୋହିତ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଶାରୀରିକ ଅଭ୍ୟାସ ଜାରି ରଖିଛନ୍ତି। ଡିସେମ୍ବର ୧୧ରେ ତାଙ୍କର ଚୂଡ଼ାନ୍ତ ଫିଟନେସ୍‌ ପରୀକ୍ଷା କରାଯିବ। ଫିଟନେସ୍‌ ପରୀକ୍ଷା ପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ।
ରୋହିତ ୟୁଏଇରେ ଆଇପିଏଲ୍‌ ଖେଳିସାରି ସିଧାସଳଖ କାହିଁକି ଅଷ୍ଟ୍ରେଲିଆ ନ ଯାଇ ଭାରତ ଫେରିଲେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେ ରୋହିତଙ୍କ ବାପା ଅସୁସ୍ଥ ଥିବାରୁ ସେ ୟୁଏଇରୁ ଭାରତ ଫେରି ଆସିଥିଲେ। ମୁମ୍ବଇ ଆସି ବାପାଙ୍କ ସହ କିଛିଦିନ ବିତାଇବା ପରେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ ଶିବିରରେ ଅଛନ୍ତି।
ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଯଦି ରୋହିତ ଶର୍ମା ଫିଟ୍ ଘୋଷିତ ହୁଅନ୍ତି ତେବେ ଅଷ୍ଟ୍ରେଲିଆରେ ସଙ୍ଗରୋଧ ସମୟରେ ତାଙ୍କୁ ଅଭ୍ୟାସ କରିବାକୁ ସୁଯୋଗ ଦେବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍‌ ହକ୍‌ଲେଙ୍କୁ ଅନୁରୋଧ କରିବେ ବୋଲି ଆଶା ରହିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories