www.samajalive.in
Saturday, December 13, 2025
15.1 C
Bhubaneswar

ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି; ଆଭ୍ୟନ୍ତରୀଣ, ଦକ୍ଷିଣରେ ବଢ଼ିବ ଶୀତ

ଭୁବନେଶ୍ବର : ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସମସ୍ତ ଜିଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାଜ୍ୟରେ ସର୍ବନିମ୍ନ ତାପମାତ୍ର ସ୍ବାଭାବିକଠାରୁ ହ୍ରାସ ପାଇବା ଯୋଗୁଁ ଶୀତ ପ୍ରକୋପ ବଢିଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ଂ ରେକର୍ଡ କରାଯାଇ ଥିବାବେଳେ ସୋନପୁରରେ ୧୩.୮ଂ, କୋରାପୁଟରେ ୧୫.୬ଂ, ତାଳଚେରରେ ୧୫.୭ଂ, ଅନୁଗୋଳରେ ୧୫ ଡିଗ୍ରୀ ଏବଂ ଫୁଲବାଣୀରେ ୧୬ ଡିଗ୍ରୀ ରହିଥିଲା।
ଦକ୍ଷିଣ ପୂର୍ବ ବଙ୍ଗୋପସାରରେ ୨୯ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୩୦ ତାରିଖରେ ଅବପାତ ରୂପ ନେବା ସହିତ ଡିସେମ୍ବର ୧ରେ ଗଭୀର ଅବପାତ ନେବାର ସମ୍ଭାବନା ରହିଛି। ଏହା ମୁଖ୍ୟତଃ ପଶ୍ଚିମ ଦିଗରେ ଗତିକରି ଡିସେମ୍ବର ୨ ରାତିରେ ଶ୍ରୀଲଙ୍କା ଉପକୂଳ ସ୍ପର୍ଶ କରିପାରେ। ଏହାଫଳରେ ଶ୍ରୀଲଙ୍କା ସହିତ ଦକ୍ଷିଣ ତାମିଲନାଡୁ ଓ କେରଳରେ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ପବନ ସହିତ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି। ସମୁଦ୍ର ଜଳପତ୍ତନର ତାପମାତ୍ର ୨୯ରୁ ୩୦ ଡିଗ୍ରୀ ସେଲସିୟସ୍ ରହିବା ଯୋଗୁଁ ବାୟୁମଣ୍ଡଳର ବାତାବରଣ ଏହାକୁ ବାତ୍ୟା ରୂପ ଦେବାରେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ୩୦ ତାରିଖ ବେଳକୁ ଏହା ଉପରେ ଅଧିକ ଆକଳନ କରାଯାଇ ପାରିବ। ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ତେବେ ଏହାପରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଡିସେମ୍ବର ୧୦ ବେଳକୁ ଲଘୁଚାପର ପ୍ରଭାବ ରାଜ୍ୟ ଉପରେ ପକାଇବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ସେହିପରି ୨୮ ତାରିଖ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଦେଢରୁ ୨ଂ କମିବାର ସମ୍ଭାବନା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories