www.samajalive.in
Monday, December 8, 2025
14.1 C
Bhubaneswar

ଅଷ୍ଟ୍ରେଲିଆ-ଭାରତ ଏକଦିବସୀୟ: ବିରାଟ୍ ବାହିନୀ ଆଗରେ ୩୭୫ ରନର ଲକ୍ଷ୍ୟ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ସିଡନୀରେ ଚାଲିଥିବା ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୭୪ ରନ ସ୍କୋର କରିଛି। ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ ଏବଂ ଷ୍ଟିଭେନ ସ୍ମିଥ୍ ଶତକ ହାସଲ କରିଛନ୍ତି। ଆଜି ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନ କରିଛି।ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ୧୧୪ ରନ୍, ଷ୍ଟିଭେନ୍ ସ୍ମିଥ୍ ୧୦୫, ଡେଭିଡ୍ ୱାର୍ନର ୬୯, ଗ୍ଲେନ୍ ମ୍ୟାକ୍ସୱେଲ ୪୫ ରନ୍ ସ୍କୋର କରିଥିବା ବେଳେ ଭାରତର ମହମ୍ମଦ ଶାମି ୩ଟି ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମରା, ନଭଦୀପ ସଇନି, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତ ୯.୩ ଓଭରରେ ୨ ୱିକେଟ୍ ହରାଇ ୭୮ ରନ କରିଛି। ଶିଖର ଧାୱନ ୨୪ ରନ କରି କ୍ରିଜରେ ଥିବାବେଳେ ବିରାଟ କୋହଲି ୨୧ ଓ ମୟଙ୍କ ଅଗ୍ରୱାଲ ୨୨ ରନ କରି ଆଉଟ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories