www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟାରାଣୀ ଜେନାଙ୍କ ନିଲମ୍ବନ ଘଟଣାର ପାର୍ଶ୍ବପ୍ରତିକ୍ରିୟା; ପୁଣି ପାଟଣା ପୁଲିସକୁ ଫସେଇବାକୁ ଷଡ଼ଯନ୍ତ୍ର

ପାଟଣା :  ପୂର୍ବତନ ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ବିବାଦୀୟ ଘଟଣା କ୍ରମରେ ନିଲମ୍ବିତ ହେବାପରେ ପୁଣି ଥରେ ପାଟଣା ପୁଲିସକୁ ସମାନ ମାଡମରା ଘଟଣାରେ ଫସେଇବାକୁ ଷଡ଼ଯନ୍ତ୍ର ହୋଇଛି। ଏଥର ଥାନାର ଦୁଇ ସବଇନସ୍ପେକ୍ଟର ଅରୁପ କୁମାର ସାମଲ ଓ ଶିବଶଙ୍କର ଆଲଦା ଷଡ଼ଯନ୍ତ୍ରକାରୀଙ୍କ ଟାର୍ଗେଟରେ ଥିଲେ। କଥା ଗଣମାଧ୍ୟମ ଯାଏ ଯାଇଥିଲେ ମଧ୍ୟ ବୋମା ଶୁନଫୋଟକା ଠାରୁ ମଧ୍ୟ ନ୍ୟୁନ ହୋଇଯାଇଛି। ପାଟଣା ଥାନା ନିକଟ କାମେଶ୍ଵରପୁର ଶାସନର ନିରଞ୍ଜନ ତ୍ରିପାଠୀଙ୍କ ଘରୁ ତାଙ୍କ ପତ୍ନୀ ଓ ବିବାହିତା କନ୍ୟାଙ୍କୁ ମାଡ଼ ମାରି ଗତ ୧୭ ତାରିଖ ମୋବାଇଲ ଓ ଭ୍ୟାନିଟ ବ୍ୟାଗ୍ ଚୋରୀ ହୋଇଥିବା ଘଟଣାରେ ପାଟଣା ପୁଲିସ ପକ୍ଷରୁ ସନ୍ଦେହରେ ସେହି ଗ୍ରାମର ଜଣେ ୧୭ ବର୍ଷର ନାବାଳକକୁ ୨୧ ତାରିଖ ଶନିବାର ପୂର୍ବାହ୍ନ ୧୧ ଟାରେ ଥାନାକୁ ଡକାଯାଇଥିଲା। ସଂପୃକ୍ତ ନାବାଳକ ଓ ତାଙ୍କ ମାଆ ଥାନାକୁ ଆସିଥିବାବେଳେ ଚୋରୀ ସମ୍ପର୍କରେ କେବଳ ଉକ୍ତ ନାବାଳକକୁ ଦେଢ଼ ଘଣ୍ଟା କାଳ ପଚରା ଉଚରା କରି ଘରକୁ ଖାଇବାପାଇଁ ପଠାଇ ଦିଆଯାଇଥିଲା ଓ ପୁନଃ ଅପରାହ୍ନରେ ଥାନାକୁ ଆସିବା ପାଇଁ କୁହା ଯାଇଥିଲା। ଅପରାହ୍ନରେ ଏହି ମାଆ ପୁଅ ମାତ୍ର ୧୫ ମିନଟ ପାଇଁ ଥାନାକୁ ଆସିଥିବାବେଳେ ପୁଲିସ ସେମାନଙ୍କୁ ପଚରା ଉଚରା କରି ଛାଡିଦେଇଥିଲା। ତେବେ ଗତକାଲି ଉକ୍ତ ନାବାଳକ ଓ ତାଙ୍କ ମାଆ କେନ୍ଦୁଝର ଯାଇ ଏସ୍.ପି.ଙ୍କୁ ଭେଟିବା ସହ ତାଙ୍କୁ ୨୧ ତାରିଖ ଥାନାକୁ ଡ଼ାକି ନିଆଯାଇ ମାଡ଼ ମରା ଯାଇଥିବା ଅଭିଯୋଗ କରିଥିଲେ। ବିଶେଷ କରି ଚୋରୀ ଘଟଣାର ତଦନ୍ତ କରୁଥିବା ପୁଲିସ ଶିବଶଙ୍କର ଆଲଦା ତାଙ୍କ ଉପରେ ଠିଆ ହୋଇଯାଇଥିବା ଓ ଅନ୍ୟତମ ସବ୍ଇନସସ୍ପେକ୍ଟର ଅରୁପ କୁମାର ସାମଲ ନାବାଳକକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏସ.ପି.ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡି.ପି.ଓ. ରବୀନ୍ଦ୍ର କୁମାର ମଲ୍ଲିକ ଘଟଣାର ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବା ବେଳେ ସଂପୃକ୍ତ ନାବାଳକ ବିରୋଧରେ ଗୋଟିଏ ପରେ ଗୋଟିଏ ଚୋରୀ ଅଭିଯୋଗ ଆସିଛି। ବାଉଁଶଡିହା ଗ୍ରାମର ରାମଚନ୍ଦ୍ର ମହାନ୍ତଙ୍କ ସାଇକେଲକୁ ଉକ୍ତ ନାବାଳକ ଗତ ୧୪ ତାରିଖ ରାତି ଚୋରୀ କରିବା ପରେ ସେହି ଗ୍ରାମର ରମେଶ ମହନ୍ତଙ୍କ ଘରୁ ସେହି ଦୀପାବଳି ରାତିରେ ୨ଟି ବତକ ଚୋରୀ କରୁଥିବା ବେଳେ ରମେଶଙ୍କ ପତ୍ନୀ ଭାରତୀ ଉକ୍ତ ନାବାଳକକୁ ମାଡି ବସିବାରୁ ସେ ଭାରତୀଙ୍କୁ ଧକ୍କା ମାରି ଖସିଯାଉଥିବା ସମୟରେ ଅନ୍ଧାରରେ ଆଶିଷ ମହାନ୍ତଙ୍କ ବଲେରୋରେ ପିଟି ହୋଇ ଜଖମ ହୋଇଥିଲେ। ଏପରିକି ଉକ୍ତ ନାବାଳକ ଆକ୍ରମଣରେ ଭାରତୀ ମହାନ୍ତ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସାକ୍ଷାତରେ ଉକ୍ତ ନାବାଳକ ତାଙ୍କୁ ପାଟଣା ଥାନାରେ ମାଡ଼ ହୋଇନଥିବା କହିବା ସହ ତାଙ୍କୁ କିଛି ଲୋକେ ଥାନା ବିରୋଧରେ ଅଭିଯୋଗ କରିବାକୁ ପ୍ରବତ୍ତାଇଥିବା ପ୍ରକାଶ କରିଥିବାରୁ ଘଟଣାଟି ରୋଚକ ମୋଡ଼ ନେଇଛି। ଗତ ୧୪ ତାରିଖ ବତକ ଚୋରୀ ସମୟରେ ବଲେରୋଟି ପିଟି ହୋଇ ଆହତ ହେବା ଘଟଣାକୁ ଥାନାରେ ଅଧିକାରୀଙ୍କ ଦ୍ଵାରା ମାଡ଼ ଦର୍ଶାଇବାର ହୀନ ପ୍ରୟାସ ଏବେ ଦାଣ୍ଡରେ ପଡି ହାଟରେ ଗଡ ଗଡୁଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories