www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲା ପୁଲିସ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ବାତୁଲା ଗଙ୍ଗାଧରଙ୍କ ନିର୍ଦେଶରେ ଶନିବାର ବିଶ୍ୱନାଥପୁର ଥାନା ପରିସରରେ ଓ ଲାଞ୍ଜିଗଡ ପୁଲିସ ପକ୍ଷରୁ ବେଦାନ୍ତ ମେଡିକାଲ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ନୂତନ ଭାବେ ଯୋଗ ଦେଇଥିବା କେସିଙ୍ଗା ଏସଡିପିଓ ମହିଳା ଆଇପିଏସ୍ ଅଫିସର ଏସ୍.ସୁଶ୍ରୀ ବିଶ୍ୱନାଥପୁର ଓ ଲାଞ୍ଜିଗଡ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ପରିଦର୍ଶନ କରି ବିଶ୍ୱନାଥପୁର ଠାରେ ନିଜେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ବିଶ୍ୱନାଥପୁର ଥାନା ପକ୍ଷରୁ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଲାଞ୍ଜିଗଡ ଥାନା ପକ୍ଷରୁ ବେଦାନ୍ତ ମେଡିକାଲରେ ୩୦ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବିଶ୍ୱନାଥପୁର  ଠାରେ ଆଇଆଇସି ରୁନୁ କୁମାରୀ ମାଝୀ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ,ଜିଲ୍ଲା ବିଜୁ ଯୁବ ସମ୍ପାଦକ ପରିକ୍ଷିତ ନାଏକ,ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ,ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ ଓ ବିଶ୍ୱନାଥପୁର ଥାନାର ଏସଆଇ ଯୁଧିଷ୍ଟର ଗରଡା ଓ କର୍ମଚାରୀ ଉପସ୍ଥିତ ଥିବା ବେଳେ ଲାଞ୍ଜିଗଡ ବେଦାନ୍ତ ମେଡିକାଲ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ କୋଭିଡ କଟକଣା ନିୟମ ପାଳନ କରି ସମସ୍ତେ ମାସ୍କପିନ୍ଧି ଓ ସାମାଜିକ ଦୁରତା ରଖି ରକ୍ତଦାତା ମାନଙ୍କୁ ଲାଞ୍ଜିଗଡ ପୁଲିସ ଓ ବେଦାନ୍ତ ମେଡିକାଲ ପକ୍ଷରୁ ସାନିଟାଇଜ କରାଇ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର,ବେଦାନ୍ତ ମେଡିକାଲ ଡ.ଅକ୍ଷୟ କୁମାର ସାହୁ,ବେଦାନ୍ତ ମେଡିକାଲ ମ୍ୟାନେଜର ଅମର କୁମାର ମହାନ୍ତି,ବେଦାନ୍ତ ବାହ୍ୟସର୍ମ୍ପକ ମୁଖ୍ୟ ନବେଲ କିଶୋର ଶର୍ମା,ଲାଞ୍ଜିଗଡ ପ୍ରେସକ୍ଲବ ଉପସଭାପତି ବି.ତ୍ରିପତି ପାତ୍ର,କୋଷାଧ୍ୟକ୍ଷ ପରେଶ କୁମାର ନାଏକ,କ୍ଷମାନିଧି ମହାକୁଡ,କଦଣ୍ଡଧର ପ୍ରଧାନ ଓ ସୋସିଆଲ ଆକ୍ଟିଭିଟିର ମିଲନ କୁମାର ନାୟକ ଓ ବାବୁ ଜେନା ଏବଂ ବେଦାନ୍ତ ମେଡିକାଲ କର୍ମକର୍ତ୍ତା  ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ଭବାନୀପାଟଣା ରକ୍ତଭଣ୍ଡାରର ଡ.ନିହାର ରଞ୍ଜନ ସାହୁ,ଟେକ୍ନିସିଆନ ଡମ୍ବୁରୁଧର ସାହୁ,କୃଷ୍ଣଚନ୍ଦ୍ର ସାହୁ,ସଞ୍ଜୀବ ମହାକୁଡ,ସଙ୍ଘମିତ୍ରା ସୁନା,ଅଜିତ କୁମାର ନାଏକ,ପ୍ରଫୁଲ୍ଲ ମଲ୍ଲିକ,ଗିରିଶ ନାଏକ ଓ ଜଞ୍ଜିର ପ୍ରସାଦ ବାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ଲାଞ୍ଜିଗଡ ଓ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏସଆଇ ଆଲୋକ କୁମାର ମହାପାତ୍ର,ଏସଆଇ ସୈାଦାମିନି ବେହେରା,ଏଏସଆଇ ରମାରମଣି ମିଶ୍ର,ଏଏସଆଇ ମୋରାଜ ଭୋଇ ପ୍ରମୁଖ ରକ୍ତଦାନ ଶିବିରରେ ସହେଯାଗ କରିଥିଲେ। ଏହି ରକ୍ତଦାନ ଶିବରରେ ସ୍ଥାନୀୟ ବାସିନ୍ଦା ବେଦାନ୍ତ ସହଭାଗୀ କମ୍ପାନୀ କର୍ମକର୍ତ୍ତା ମାନେ ରକ୍ତଦାନ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories