www.samajalive.in
Saturday, December 6, 2025
26.1 C
Bhubaneswar

ରାଉରକେଲାର ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ମାନ୍ୟତା, ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଉରକେଲା :  ଗୁଣାତ୍ମକ ସେବା ଓ ସଫଳ ଭିତ୍ତିଭୂମି ପାଇଁ ରାଉରକେଲା ସହରରେ ଥିବା ୬ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ କ୍ୱାଲିଟି ମ୍ୟାଜେମେଂଟ ସିଷ୍ଟମ ପାଇଁ ଆଇଏସଓ ୯୦୦୧-୨୦୧୫ ମାନ୍ୟତା ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହିତ କୋଭିଡ-୧୯ ଆହ୍ୱାନ ବେଳେ ତୃଣମୂଳସ୍ତରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଉରକେଲା ସହରର ବାଲୁଘାଟ, ବାସନ୍ତୀ କଲୋନୀ ଡିଏଭି, ସେକ୍ଟର-୬, ତିଲକାନଗର, କୋଏଲନଗର ଓ ଛେଣ୍ଡ କଲୋନୀରେ ଥିବା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି ମାନ୍ୟତା ମିଳିଛି। ମହାନଗରନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତିଯେ ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବା ସହିତ ବିଗତ ଦିନରେ ଭିତିଭୂମିର ବ୍ୟାପକ ବିକାଶ ଘଟିଛି। ଏହି ମାନ୍ୟତା ସ୍ୱାସ୍ଥ୍ୟକେନ୍ଦ୍ରର ଗୁଣବତାକୁ ସୂଚିତ କରୁଛି। ପ୍ରତିଦିନ ହାରାହାରି ୧୦୦ ରୋଗୀ ଏହି ସବୁ କେନ୍ଦ୍ରକୁ ଆସୁଛନ୍ତି ବୋଲି ଶ୍ର୍ରୀ ପରିଡ଼ା ପ୍ରକାଶ କରିଛନ୍ତି। ନିୟମିତ ସେବା ବ୍ୟତୀତ ମହିଳା ଓ ସ୍ତ୍ରୀ ରୋଗ, ଶିଶୁ ଓ ଦାନ୍ତ ରୋଗର ଏଠାରେ ଚିକିତ୍ସା କରାଯାଉଛି। ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗରେ ଏହି ସେବାକୁ ଆହୁରି ପରିବ୍ୟାପ୍ତ ହେବ ଓ ଜନସାଧାରଣଙ୍କୁ ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି। ଏହି ସଫଳତା ଭିତରେ ପାନପୋଷ ଠାରେ ଥିବା ୫୦ ଶଯ୍ୟା ବିଶିଷ୍ଟ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  କାର୍ଯ୍ୟକ୍ଷମ ହେଉନଥିବାରୁ ଲୋକେ ଏହାର ସୁଫଳ ପାଇ ପାରିନାହାଁନ୍ତୁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories