www.samajalive.in
Sunday, December 7, 2025
26.1 C
Bhubaneswar

କୁମ୍ଭୀର ପାଟିରୁ ନିଜ ପୋଷା କୁକୁରକୁ ରକ୍ଷା କଲେ ବ୍ୟକ୍ତି ; ଭିଡ଼ିଓ ଭାଇରାଲ

ଜଳଚର ହେଉ ଅଥବା ସ୍ଥଳଚର ହିଂସ୍ର ବନ୍ୟ ଜନ୍ତୁଙ୍କୁ ଭୟ କରିବା ସାଧାରଣ କଥା। ସେହିପରି ଅନେକ ଲୋକେ ପୋଷା ଭାବେ କିଛି ଜୀବଜନ୍ତୁ ,ପକ୍ଷୀଙ୍କୁ ରଖି ଥିବା ମଧ୍ୟ ଦେଖିଥିବେ। ସେମାନେ ନିଜ ପୋଷା ଜନ୍ତୁଙ୍କୁ ଖୁବ ସ୍ନେହ ଆଦର ମଧ୍ୟ କରିଥାଆନ୍ତି। ବେଳେ ବେଳେ ନିଜ ପୋଷା ଜନ୍ତୁଙ୍କ ପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଅନ୍ୟ ଶକ୍ତିଶାଳୀ ଜୀବ ସହ ଲଢିବାକୁ ପଛାନ୍ତି ନାହିଁ। ଏଭଳି ହିଁ ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ କୁମ୍ଭୀର ପାଟିରୁ ବଞ୍ଚାଇବାକୁ ସମର୍ଥ ହୋଇଛନ୍ତି।
ଘଟଣାଟି ହେଉଛି ଆମେରିକାର ଫ୍ଲୋରିଡାରେ। ଏହି ଅଞ୍ଚଳରେ ପୋଖରୀ ଭଳି ସ୍ଥାନରେ ଥିବା ଏକ କୁମ୍ଭୀର ହଠାତ ଜଣେ ବ୍ୟକ୍ତିଙ୍କର ଏକ ପୋଷା କୁକୁରକୁ ଆକ୍ରମଣ କରି ପାଟିରେ କାମୁଡ଼ି ଧରିଲା। କୁମ୍ଭୀର ମୁହଁରୁ କୁକୁରକୁ ଆଣିବାକୁ କେହି ମଧ୍ୟ ସାହସ କରି ପାରିଲେ ନାହିଁ। ମାତ୍ର ଏହି ସମୟରେ କୁକୁରର ମାଲିକ ଉକ୍ତ ବ୍ୟକ୍ତି ସାହସ ଦେଖାଇ ପୋଖରୀ ଭିତରକୁ ଯାଇ କୁମ୍ଭୀର ପାଟିରୁ କୁକୁରକୁ ଟାଣି ଆଣିଥିଲେ। ବର୍ତ୍ତମାନ ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।
ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଦେଖାଯାଉଛି , ବ୍ୟକ୍ତି ଜଣଙ୍କ ତିନି ମାସର କୁକୁର ଛୁଆକୁ ବଞ୍ଚାଇବାକୁ ପୋଖରୀ ଭିତରକୁ ଯାଇ କୁମ୍ଭୀର ପାଟିରୁ ଖୁବ କଷ୍ଟରେ ନିଜ କୁକୁରକୁ ରକ୍ଷା କରୁଛନ୍ତି। ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସେ ନିଜ ଘରର ନିକଟରେ କୁକୁର ସହ ଯାଉଥିବା ସମୟରେ ହଠାତ ସେଠାରେ ଥିବା ପୋଖରୀରୁ ଏକ କୁମ୍ଭୀର ବାହାରକୁ ଆସିବା ସହ ତାଙ୍କ କୁକୁରକୁ ଟାଣି ନେଇଥିଲା। ଏହାପରେ ସେ ପୋଖାରୀ ଭିତରକୁ ଯାଇ ଖୁବ କଷ୍ଟରେ କୁକୁରକୁ ରକ୍ଷା କରିଥିଲେ। କୁକୁର ପେଟରେ ଆଘାତ ମଧ୍ୟ ଲାଗିଛି। ତାକୁ ପଶୁ ଚିକିତ୍ସକଙ୍କ ନିକଟକୁ ନେଇ ଆବଶ୍ୟକୀୟ ଚିକିତ୍ସା କରାଯାଇଛି ବୋଲି କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories