ଅକ୍ସିଜେନ ପାଇପ୍ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲରେ ଓପନ ହାର୍ଟ ସର୍ଜରୀ ବନ୍ଦ
କଟକ : ଅକ୍ସିଜେନ ପାଇପ୍ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ କରାଯାଇଛି। ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅକ୍ସିଜେନ ପାଇପ୍ରେ ଲିକ୍ ଯୋଗୁଁ ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ ଅତି ଗୁରୁତର ରୋଗୀଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ପାଇପରେ ଲିକ୍ ଅକ୍ସିଜେନ୍ ପ୍ଲାଣ୍ଟକୁ ବନ୍ଦ ରଖାଯାଇଛି ।
ତେବେ ଅକ୍ସିଜେନ ପାଇପ୍ରେ ହୋଇଥିବା ଲିକ୍ର ମରାମତି ହେବା ସହ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Comments are closed.