www.samajalive.in
Tuesday, December 9, 2025
26.1 C
Bhubaneswar

୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆଜି ଏହାର ୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ଏନ୍‍.ସି.ସି. ଡି.ଜି. ଲେପ୍ଟନାଣ୍ଟ ଜେନେରାଲ୍‍ ରାଜୀବ ଚୋପଡ଼ା ଏନ୍‍.ସି.ସି. ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ କହିଛନ୍ତି, ଏନ୍‍.ସି.ସି. କ୍ୟାଡେଟ୍‍ ମାନେ କରୋନା ସମୟରେ ନିସ୍ୱାର୍ଥପରତାର ସହ କରୋନା ଯୋଦ୍ଧାମାନଙ୍କୁ ସହାୟତା କରିଛନ୍ତି ଓ ଜନସଚେତନତା ସୃଷ୍ଟି କରିଛନ୍ତି।

‘ଏକ୍‍ ଭାରତ ଶ୍ରେଷ୍ଠ ଭାରତ’, ‘ଆତ୍ମ ନିର୍ଭର ଭାରତ’ ଓ ‘ଫିଟ୍‍ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମଗୁଡ଼ିକରେ କ୍ୟାଡେଟ୍‍ ଓ ଅଫିସର୍‍ମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟମାନ କରି ଦେଖାଇଛନ୍ତି। ସ୍ୱଚ୍ଛ ଅଭିଯାନ ଓ ମେଗା ପଲ୍ୟୁସନ୍‍ ପଖୱାଡା ଭଳି କାର୍ଯ୍ୟକ୍ରମରେ କ୍ୟାଡେଟ୍‍ମାନେ ଅଂଶଗ୍ରହଣ କରିବା ସହ ସରକାରଙ୍କର ଡିଜିଟାଲ୍‍ ସାକ୍ଷରତା, ଆନ୍ତର୍ଜାତିକ ଯୋଗ ଦିବସ, ବୃକ୍ଷରୋପଣ ଓ ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories