www.samajalive.in
Sunday, December 14, 2025
19.1 C
Bhubaneswar

ସେରୋ ସର୍ଭେ : ଭୁବନେଶ୍ବରରେ ୩ ଥର, ବ୍ରହ୍ମପୁରରେ ଥରେ ଘୋଷଣାକୁ ବିତିଲା ୩ମାସ, ଦ୍ବନ୍ଦ୍ବରେ ସହରବାସୀ

ବ୍ରହ୍ମପୁର: କରୋନା ମାହମାରୀ ସମୟରେ ମଧ୍ୟ ବ୍ରହ୍ମପୁର ସହର ପ୍ରତି ରାଜ୍ୟ ସରକାରଙ୍କ ଅବହେଳା । ଲୋକଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ଚିହ୍ନଟ ପାଇଁ ସେରୋଲୋଜିକାଲ୍‌ ସର୍ଭେ କରାଯାଇଥାଏ । ଭୁବନେଶ୍ବର ସହରରେ ବର୍ତ୍ତମାନ ସୁଦ୍ଧା ତିନି ଥର ସେରୋ ସର୍ଭେ ହୋଇସାରିଲାଣି । କିନ୍ତୁ ଏକଦା କରୋନାର ହଟ୍‌ସ୍ପଟ୍‌ ଭାବେ ସାରା ଦେଶରେ ଚର୍ଚ୍ଚା​‌​‌ରେ ରହିଥିବା ବ୍ରହ୍ମପୁର ସହରରେ ମାତ୍ର ଥରଟିଏ ସେରୋ ସ​‌​‌ର୍ଭେ କରାଯାଇଛି । ବର୍ତ୍ତମାନ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ସରକାରୀ ସୂଚନାରୁ ଜଣାପଡିଥିଲେ ମଧ୍ୟ ପ୍ରକୃତ ତଥ୍ୟ ଦିଆଯାଉନଥିବା ସାଧାରଣରେ ଆଲୋଚନା ମଧ୍ୟ ହେଉଛି। ସହରରେ ସେରୋ ସର୍ଭେ ହେଲେ ବାସ୍ତବ ସ୍ଥିତି ଜାଣିହେବ ।

ବ୍ରହ୍ମପୁର ସହରରେ ପ୍ରଥମ ସେରୋ ସର୍ଭେ ଗତ ଅଗଷ୍ଟ ୩ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି), ବ୍ରହ୍ମପୁର ମହାନଗର ନିଗମ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ତରଫରୁ ସର୍ଭେ କରାଯାଇଥିଲା । ୫ଟି ଟିମ୍‌ ସହରର ୨୫ଟି ୱାର୍ଡ଼ ଏବଂ ୫ଟି ବସ୍ତିରେ ସର୍ଭେ କରିଥିବା ଆର୍ଏମ୍‌ଆର୍‌ସି ପକ୍ଷରୁ କୁହାଯାଇଥିଲା । ଏହି ଅଞ୍ଚଳର ବାସିନ୍ଦା ଠାରୁ ମୋଟ ୨୮୩୦ଟି ନମୁନା ସଂଗ୍ରହ କରାଯାଇଥିଲା । କିନ୍ତୁ ନମୁନା ପରୀକ୍ଷା ରିପୋର୍ଟ ଯାହା ଆସିଥିଲା, ତାହା କେବଳ ସାଧାରଣ ଜନତାଙ୍କୁ ନୁହଁ, ବରଂ ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା । କାରଣ ପରୀକ୍ଷା ହୋଇଥିବା ନମୁନା ମଧ୍ୟରୁ ୩୧.୧ ପ୍ରତିଶତ ନମୁନାରେ ଆଣ୍ଟିବଡି ମିଳିଥିଲା । ଅର୍ଥାତ ସେମାନେ ଏକଦା କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଯାଇଛନ୍ତି । ୪ଟି ୱାର୍ଡ଼ରେ ସଂକ୍ରମଣ ହାର ୫୦ପ୍ରତିଶତରୁ ଅଧିକ ରହିଥିବା ବେଳେ ଏହି ହାରରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ କୁହାଯାଇଥିଲା ଯେ, ସହରର ଜନସଂଖ୍ୟା ୪.୫ଲକ୍ଷ ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ୫୦ ହଜାର ସହରବାସୀ କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି । ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ନଥିଲା । ୨୧ ଦିନ ପରେ ପୁଣିଥରେ ସେରୋ ସର୍ଭେ କରାଯିବ ବୋଲି ଆର୍‌ଏସ୍‌ଏମ୍‌ର ନିର୍ଦେଶିକା ସଂଘମିତ୍ରା ପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହା ଭିତିରେ ତିନି ମାସ ବିତି ଗଲାଣି । ହେଲେ ସହରରେ ଦ୍ବିତୀୟ ପର୍ୟ୍ୟାୟ ସେରୋ ସର୍ଭେ କରାଯାଉ ନାହିଁ । ପ୍ରଥମ ପର୍ୟ୍ୟାୟ ସେରୋସର୍ଭେ ଶେଷ ବେଳକୁ ଅର୍ଥାତ ଅଗଷ୍ଟ ୯ ତାରିଖରେ ସହରରେ ୨୩୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ଜଣଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ନଭେମ୍ବର ୧୮ତାରିଖ ସୁଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୩ରେ ପହଞ୍ଚିଥିବା ବେଳେ ୬୯ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୩୦ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ସାଂପ୍ରତିକ ପରିସ୍ଥିତିରେ ସହରରେ ସେରୋ ସର୍ଭେର ଆବଶ୍ୟକତା ରହିଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । କାରଣ ସହରର କେତେ ପ୍ରତିଶତ ବାସିନ୍ଦାଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ତାହା ଜଣାପଡ଼ିବା ଦ୍ବାରା ହିଁ କରୋନାର ବାସ୍ଥବ ସ୍ଥିତିର ପ୍ରମାଣ ମିଳିବ । ଡିସେମ୍ବର ଦ୍ବିତୀୟ ସପ୍ତାହରେ କାରୋନାର ଦ୍ବିତୀୟ ଲହର ପ୍ରବହମାନ ଆଶଙ୍କା କରାଯାଉଛି। ତେଣୁ ସେରୋ ସର୍ଭେ ଦ୍ବାରା ସହରରେ ଆକ୍ରାନ୍ତଙ୍କ ସମ୍ପର୍କରେ ସଠିକ ସୂଚନା ମିଳିବା ସହ ତଦନୁଯାୟୀ ମୁକାବିଲା ରଣନୀତି ପ୍ରସ୍ତୁତ କରାଯାଇପାରିବ। ହେଲେ ପ୍ରଶାସନ କେବଳ ଦ୍ବିତୀୟ ଲହର ସମ୍ପର୍କରେ ସତର୍କ କରାଉଥିଲେ ମଧ୍ୟ ବାସ୍ତବ ସ୍ଥିତି ଜାଣିବା ପାଇଁ ସେରୋ ସର୍ଭେ ନକରିବାକୁ ନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁରରେ ସେରୋ ସର୍ଭେ କରାଯାଉ ନଥିବା ବେଳେ ଭୁବନେଶ୍ବର ସହରରେ ଏଯାଏଁ ତିନି ଥର ସର୍ଭେ ହୋଇସାରିଲାଣି । ଜୁଲାଇ ୧୧ତାରିଖରେ ପ୍ରଥମ, ଅଗଷ୍ଟ ୨୮ ତାରିଖରେ ଦ୍ବିତୀୟ ଏବଂ ଅକ୍ଟୋବର ୧୬ତାରିଖରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେ କରାଯାଇଛି ।ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର୍‌ ସିଦ୍ଧେଶ୍ବର ବାଲିରାମ୍‌ ବୋନ୍ଦାର୍‌ଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେରୋ ସର୍ଭେ ସଂପର୍କରେ ଆର୍ଏମ୍‌ଆର୍‌ସିର ନିର୍ଦେଶକଙ୍କ ସହ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories