www.samajalive.in
Thursday, December 11, 2025
18.1 C
Bhubaneswar

ନର୍ସଙ୍କ ଭୁଲ ଇଞ୍ଜେକ୍ସନ ଲାଗି ଦମ୍ପତିଙ୍କୁ ମିଳିଲା ୭୩ କୋଟି ଟଙ୍କାର କ୍ଷତିପୂରଣ

ନ୍ୟୁୟର୍କ: ଜଣେ ମହିଳାଙ୍କୁ ନର୍ସ ଭୁଲ ଇଞ୍ଜେକ୍ସନ ଦେବା ଏବଂ ମହିଳାଜଣକ ଏକ ଭିନ୍ନକ୍ଷମ ଶିଶୁକନ୍ୟାକୁ ଜନ୍ମଦେବା ମାମଲାର ବିଚାର କରି ଆମେରିକାର ସିଆଟେଲରେ ଏକ ଅଦାଲତ ଏକ ଦମ୍ପତିକୁ ୭୪ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦେଶ ଦେଇଛନ୍ତି । ମହିଳାଜଣକ ଜନ୍ମ ନିୟନ୍ତ୍ରଣ ଇଞ୍ଜେକ୍ସନ ନେବାକୁ ଯାଇଥିବାବେଳେ ନର୍ସ ଜଣକ ତାଙ୍କୁ ଭୁଲରେ ସ୍ବାଇନ ଫ୍ଲୁ ଇଞ୍ଜେକ୍ସନ ଦେଇଥିଲେ । ପରେ ମହିଳାଜଣକ ଗର୍ଭବତୀ ହୋଇଥିଲେ ଓ ତାଙ୍କର ଏକ ଭିନ୍ନକ୍ଷମ ଶିଶୁକନ୍ୟା ଜନ୍ମ ନେଇଥିଲା ।

ଏଥିନିମନ୍ତେ ଅଦାଲତ କନ୍ୟା ଶିଶୁର ଚିକିତ୍ସା ଓ ଭରଣପୋଷଣ ନିମନ୍ତେ ୫୫ କୋଟି ଟଙ୍କା ପ୍ରଦାନ କରିବାକୁ ଏବଂ ଦମ୍ପତିଙ୍କୁ କ୍ଷତିପୂରଣ ବାବଦରେ ୧୮ କୋଟି ଟଙ୍କାକୁ ମିଶାଇ ୩୩ କୋଟି ଟଙ୍କା ପ୍ରଦାନ ନିର୍ଦେଶ ଦେଇଛନ୍ତି । ଝିଅକୁ ଦିଆଯାଉଥିବା ଅର୍ଥରେ ତାର ଚିକିତ୍ସା, ପାଠପଢ଼ା ଅନ୍ୟାନ୍ୟ ଖର୍ଚ ପାଇଁ ଦିଆଯାଇଥିବା ଅଦାଲତ କହିଛନ୍ତି ।

- Advertisement -

ସୂଚନା ଅନୁଯାୟୀ, ୟେସେନିଆ ପାଚେକୋ ନାମକ ଜଣେ ମହିଳା ମା ହେବାକୁ ଚାହୁଁନଥିଲେ । ଏଥିପାଇଁ ସେ ଗର୍ଭନିରୋଧ ଇଞ୍ଜେକ୍ସନ ନେବାକୁ ସରକାରୀ ଡ଼ାକ୍ତରଖାନାକୁ ଯାଇଥିଲେ । ମାତ୍ର ନର୍ସ ଜଣଙ୍କ ତାଙ୍କର ଇଞ୍ଜେକ୍ସ ଚାର୍ଟ ନ ଦେଖି ତାଙ୍କୁ ସ୍ବାଇନ ଫ୍ଲୁ ଟୀକା ଦେଇଥିଲେ । ଫଳରେ ୟେସନିଆ ଗର୍ଭବତୀ ହୋଇଥିଲେ। ସରକାରୀ ଡ଼ାକ୍ତରଖାନାରେ ଏହି ଭୁଲହୋଇଥିବାରୁ ଏଥିପାଇଁ ଆମେରିକା ସରକାରଙ୍କୁ ଦାୟୀ କରି ୟେସନିଆ ଓ ତାଙ୍କ ସ୍ବାମୀ ଅଦାଲତର ଦ୍ବାରସ୍ଥ ହୋଇଥିଲେ ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories