www.samajalive.in
Wednesday, December 10, 2025
16.1 C
Bhubaneswar

ହାଜତ୍‍ ମୃତ୍ୟୁକୁ ଅସ୍ୱୀକାର ଓ ଏନଏଚଆରସି ମାର୍ଗଦର୍ଶିକା ଅନୁସାରେ ତଦନ୍ତ ହେବ: ଏସ୍‍ପି

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ହାଜତରେ ଜୈନିକ ଯୁବକର ସନ୍ଦେହଜନକ ମୃତ୍ୟୁକୁ ନେଇ ଗୁରୁବାର ଥାନା ପରିସରରେ ଚାପା ଉତ୍ତେଜନା ଦେଖାଯାଇଛି। ସୁନ୍ଦରଗଡ଼ ଏସ୍‍ପି ସାଗରିକା ନାଥ ହାଜତ ମୃତ୍ୟୁକୁ ଅସ୍ୱୀକାର କରି ଯୁବକର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ଡାକ୍ତରଖାନାରେ ତା’ର ମୃତ୍ୟୁ ହେଲା ବୋଲି ସୂଚନା ଦେବା ସହ ଜାତୀୟ ମାନବ ଅଧିକାର କମିଶନ (ଏନଏଚଆରସି) ମାର୍ଗଦର୍ଶିକା ଅନୁସାରେ ତଦନ୍ତ କରାଯିବ ଓ ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଘଟଣା ପ୍ରତି ସତର୍କତା ଦୃଷ୍ଟି ରଖିବା ସହ ୮ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାର ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ଅପହରଣ ମାମଲାରେ ବୀରମିତ୍ରପୁର କରବଲା ଦଫେଇ ଅଞ୍ଚଳରେ ବସବାସ କରୁଥିବା ତାରିକ ସଲିମ୍‍ (୨୮)ର ସଂପୃକ୍ତି ଓ ପୂର୍ବରୁ ଡକାୟତି ସମେତ ଅନ୍ୟାନ୍ୟ ସଂଗୀନ ମାମଲାରେ ଅଭିଯୁକ୍ତ ଥିବାରୁ ପୁଲିସ ତାକୁ ଖୋଜାଖୋଜି ଆରମ୍ଭ କରିଥିଲା ମାତ୍ର ପରବର୍ତ୍ତୀ ସମୟରେ ସେ ସୀମଡେଗାରେ ଥିବା ତା ମାମୁଁ ଘରେ ଆତ୍ମଗୋପନ କରିଥିବାର ଜାଣି ସାନ ଭାଇ ସାରିକ ସଲିମ ଓରଫ ମଣ୍ଟୁ (୨୪) ଓ ମାମୁଁ ମହମ୍ମଦ ସକିଲକୁ ନେଇ ସୀମଡେଗା ପହଞ୍ଚି ସ୍ଥାନୀୟ ପୁଲିସକୁ ସୂଚନା ଦେଇ ସେଠାରୁ ତାରିକକୁ ରାତି ପ୍ରାୟ ୧୦ଟାରେ ଉଠାଇ ଆଣିଥିଲେ। ରାସ୍ତା ଖରାପ ଓ ଆନୁସାଙ୍ଗିକ ସମସ୍ୟା ଯୋଗୁଁ ପୁଲିସ ଦଳ ତାରିକକୁ ନେଇ କୁଆଡ଼େ ଭୋର ପ୍ରାୟ ୫ଟା ବେଳେ ପହଞ୍ଚିଥିଲେ। ଏହି ସମୟରେ ସେ ଘଟଣା ସଂପର୍କରେ ପୁଲିସ ନିକଟରେ ଅପହରଣ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ସହ ସଂପୃକ୍ତିକୁ ସ୍ୱୀକାର କରିଥିବା ବେଳେ ଛାତି ବ୍ୟଥା ହେଉଛି ବୋଲି କହିବାରୁ ତାକୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାରିକର ସ୍ୱାସ୍ଥ୍ୟ ଯାଞ୍ଚ କରି ସେ ଗୁରୁତ୍ୱ ଥିବାର କହି ରାଉରକେଲା ସରକାରୀ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ ମାତ୍ର ଆରଜିଏଚରେ ପ୍ରାୟ ସାଢ଼େ ୬ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣା ପ୍ରଘଟ ହୋଇଯିବା ପରେ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରି ହାଜତରେ ତାଙ୍କୁ ପିଟିପିଟି ମାରି ଦିଆଯାଇଥିବାର ଅଭିଯୋଗ କରି କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ପଶ୍ଚିମାଞ୍ଚଳ ପୁଲିସ ଡି.ଆଇ.ଜି କବିତା ଜଲାନ, ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ, ଅତିରିକ୍ତ ଏସ.ପି ରବିନାରାୟଣ ବାରିକ, ପାନପୋଷ ଉପଜିଲାପାଳ ଦୌଲତ୍‍ ଚନ୍ଦ୍ରକାର ଓ ସ୍ଥାନୀୟ ତହସିଲଦାର ଅଂଶୁମାନ ଦାସ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହିଁ ଉତ୍ତ୍ୟକ୍ତ ଲୋକେ ଏଥିରୁ ଓହରି ନଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ସୁଟିଂ ସହ ଟିମ ଅଫ ଡାକ୍ତର ମୃତ ତାରିକର ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବାର ଜଣାପଡ଼ିଛି। ଅପରପକ୍ଷରେ ସ୍ଥାନୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦୋଷୀଙ୍କ ବିରୁଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ.ପି ସାଗରିକା ବୈଠକରେ ମଧ୍ୟ ସ୍ପଷ୍ଟ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories